Latest Odisha News

BREAKING NEWS

ଭାଷା ଭାଗବତ : ସେବା ଦେବା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ସଂସ୍କାର ଚଳେ ନିରଂତର
ତିଷ୍ଠିଛି ଶରୀର, ସଂସାର
ଭାଷା, ସଂସ୍କୃତି, ପରଂପରା
ସଂଭାଳିପାରିଛି ଏ ଧରା

ସର୍ବେ ହୋଇଲେ ଏକ ଭଳି
ସଂସାରେ ପାରିବେନି ଚଳି
ମନରେ ରହିଲେ ଅଶାଂତି
ସଂଭବ ହୁଏନି ପ୍ରଗତି

ଜୀବନେ ଯେତେ ବାଧା, ବିଘ୍ନ
କରଂତି ଉତ୍ସାହ ପ୍ରଦାନ
ନିଷ୍ଠା ମିଶ୍ରିତ ହେଲେ ଚେଷ୍ଟା
ଅବଶ୍ୟ ଯୋଗାଏ ପ୍ରତିଷ୍ଠା

ଭାବନା, ଚିଂତାରୁ ପ୍ରେରଣା
ନେଇ ହୋଇଲେ ଏକମନା
ଶରୀର ମାନେ କଟକଣା
ସର୍ଜନ ହୁଏନାହିଁ ଊଣା

ଦେହ ଯେହେତୁ ମନଭୃତ୍ୟ
କର୍ତବ୍ୟ କରେ ଅବିରତ
କରିଲେ ମନୋଭାବ ବ୍ୟକ୍ତ
ଭାଷା, ସାହିତ୍ୟ ଉପକୃତ

ଦୁଶ୍ଚିଂତା-ବିହୀନ ଜୀବନ
ହୁଅଇ ସୁଖେ ପରିପୂର୍ଣ
ଆତ୍ମ ତ ଅଟେ ଦେହ, ମନ
ଉଭୟ ରଖୁଁ ପରିଚ୍ଛନ୍ନ

ଭାଷାରେ ଥିଲେ ବ୍ୟତିକ୍ରମ
ଅଫଳପ୍ରସୂ ହୁଏ ଶ୍ରମ
ସର୍ବଦା ହୋଇ ସାବଧାନ
କରିବା କଥନ, ଲିଖନ

ଅଲୋଡ଼ା ଭାବ ନିୟଂତ୍ରଣ
ସଂଭବ ନ ହେଲେ ବି ଜାଣ
ମାନିଲେ ପଦର ଶୃଂଖଳା
ବୁଡ଼ିବନାହିଁ ଭାଷା ଭେଳା

ନିଃସ୍ବ ସେବା ହିଁ ବିଶ୍ବ ସେବା
ବିଶ୍ବ ସେବା ହିଁ ବିଭୁ ସେବା
କରିଲେ ଋଣମୁକ୍ତ ହେବା
କିଛି ନ ପାଇଲେ ବି ଦେବା

Comments are closed.