ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୪୦
ନିଜେ ହିଁ ନିଜକୁ ସୁଧାରି
ଭାଷା ସାଗର ହେବି ପାରି
ତଟନିବାସୀ ଧରି ଭୟ
କରି କରାଂତି କାଳ କ୍ଷୟ
ଉତ୍କଟ ସଂକୀର୍ଣ ସ୍ବଭାବ
ଯୋଗୁଁ ତ ଉତ୍କର୍ଷ ଅଭାବ
ମୁଁ ହେଲେ ସୁଦ୍ଧା ଦୂରବାସୀ
ସ୍ବଭାଷା ଘୋଷି ପାଏଁ ଖୁସି
ଖୁସି ପାଇ ଓ ଖୁସି ଦେଇ
ଭାଷାକୁ ରଖିବି ବଂଚାଇ
ମୁଁ ସାନ, ମୋର ଭାଷା ବଡ଼
ମୁଁ ଗୋଡ଼ି, ମୋ ଭାଷା ପାହାଡ଼
ତେବେ ବି ଘାସ ତଳେ ଲୁଚି
ରହିଛିଁ ଆନଂଦରେ ବଂଚି
ନାହିଁ ମନରେ ଅସଂତୋଷ
ପ୍ରତ୍ୟହ ବଢ଼ୁଛି ବିଶ୍ବାସ
ଯାଉଛି ଆସୁଛି ପବନ
ତାହା ତ ଭାଷାର ଜୀବନ
ମୋହର ଭିତର ବାହାର
କରିସାରିଛି ଅଧିକାର
ସ୍ବେଚ୍ଛାରେ ହୋଇ କୃତଦାସ
କରୁଛିଁ ଭାବନା ପ୍ରକାଶ
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.