Latest Odisha News

BREAKING NEWS

ଭାଷା ଭାଗବତ : ଆମେ ଭାଷାଘାତୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ

ଅଜବ ଓଡ଼ିଆ ସଂତାନ
ଇଂଲିଶ୍‌ ଲେଖି ପ୍ରତି ଦିନ
ଦେଖାଂତି ସ୍ବଭାଷା ପୀରତି
ଅବୋଧ୍ୟ ଅଟେ ଏହି ରୀତି

ଓ. କେ. ନ ଲେଖି, ଲେଖୁଁ O K
ନ ଭାବି ଥରେ ଅଳ୍ପ ଟିକେ
ଦୁଇଟି ଲିପିର ମିଶ୍ରଣ
କେବେ ବି ନୁହେ ସମୀଚୀନ

ବହୁ ଭାଷାରୁ ଶବ୍ଦ ନେଇ
ନିଜ ଲିପିରେ ଲେଖି ଦେଇ
କରିଲେ ଭାଷାକୁ ସମୃଦ୍ଧ
ହୁଏନି ମୋଟେ ଅପରାଧ

ତାଂକର a b c d ଛାଡ଼ି
ଆମର ଅ ବ ସ ଦ ଯୋଡ଼ି
କରିଲେ ଭାବନା ପ୍ରକାଶ
ଘଟିବ ଭାଷାର ବିକାଶ

ଓଡ଼ିଆ ଲିପି ଯଂତ୍ରାଧୀନ
ହେଲେ ହେଁ ସ୍ବଭାଷୀଂକ ମନ
ଏଯାଏଁ ଯାଇନି ବଦଳି
ତେବେ ବି କାମ ଯାଏ ଚଳି

ଏପରି କାମଚଳା ଢଂଗ
କରେ କିପରି ଆସ୍ଥା ଭଂଗ
କରିପାରୁନୁ ଅନୁମାନ
ଆମେ ଏ ମାଟିର ସଂତାନ

ଭାଷାକୁ ଆମେ କରୁଁ ଯାହା
ଭାଷାଟେ ହୋଇଥାଏ ତାହା
ଆମେ ହୋଇଲେ କର୍ମକୁଂଠ
ସ୍ବଭାଷା ହୋଇଯିବ ନଷ୍ଟ

ନିଜର ଅଭ୍ୟାସକୁ ଧରି
କର୍ତବ୍ୟ ଦେଉଛୁଁ ପାସୋରି
ତେଣୁ ତ ଭୋଗୁଛୁଁ ଦୁର୍ଦଶା
ଭାଷାରୁ ତୁଟୁଛି ଭରସା

ନିଜ ଲିପି ଲେଖିବା ପାଇଁ
ଯଦି ଆମର ଇଚ୍ଛା ନାହିଁ
ଭାଷାଟି ହେଲେ ଅଂତର୍ଧାନ
ଆମେ ହିଁ ହେବା ତା କାରଣ

ଆମେ ହୋଇଲେ ଭାଷାଘାତୀ
କି ହେବ ଯଶ କିଂବା ଖ୍ୟାତି ?
ପାଇଲେ ପ୍ରଶ୍ନର ଉତ୍ତର
ହେବ ଭାଷାର ଉପକାର

ଅଜବ ଓଡ଼ିଆ ସଂତାନ
ଇଂଲିଶ୍‌ ଲେଖି ପ୍ରତି ଦିନ
ଦେଖାଂତି ସ୍ବଭାଷା ପୀରତି
ଅବୋଧ୍ୟ ଅଟେ ଏହି ରୀତି

ଓ. କେ. ନ ଲେଖି, ଲେଖୁଁ O K
ନ ଭାବି ଥରେ ଅଳ୍ପ ଟିକେ
ଦୁଇଟି ଲିପିର ମିଶ୍ରଣ
କେବେ ବି ନୁହେ ସମୀଚୀନ

ବହୁ ଭାଷାରୁ ଶବ୍ଦ ନେଇ
ନିଜ ଲିପିରେ ଲେଖି ଦେଇ
କରିଲେ ଭାଷାକୁ ସମୃଦ୍ଧ
ହୁଏନି ମୋଟେ ଅପରାଧ

ତାଂକର a b c d ଛାଡ଼ି
ଆମର ଅ ବ ସ ଦ ଯୋଡ଼ି
କରିଲେ ଭାବନା ପ୍ରକାଶ
ଘଟିବ ଭାଷାର ବିକାଶ

ଓଡ଼ିଆ ଲିପି ଯଂତ୍ରାଧୀନ
ହେଲେ ହେଁ ସ୍ବଭାଷୀଂକ ମନ
ଏଯାଏଁ ଯାଇନି ବଦଳି
ତେବେ ବି କାମ ଯାଏ ଚଳି

ଏପରି କାମଚଳା ଢଂଗ
କରେ କିପରି ଆସ୍ଥା ଭଂଗ
କରିପାରୁନୁ ଅନୁମାନ
ଆମେ ଏ ମାଟିର ସଂତାନ

ଭାଷାକୁ ଆମେ କରୁଁ ଯାହା
ଭାଷାଟେ ହୋଇଥାଏ ତାହା
ଆମେ ହୋଇଲେ କର୍ମକୁଂଠ
ସ୍ବଭାଷା ହୋଇଯିବ ନଷ୍ଟ

ନିଜର ଅଭ୍ୟାସକୁ ଧରି
କର୍ତବ୍ୟ ଦେଉଛୁଁ ପାସୋରି
ତେଣୁ ତ ଭୋଗୁଛୁଁ ଦୁର୍ଦଶା
ଭାଷାରୁ ତୁଟୁଛି ଭରସା

ନିଜ ଲିପି ଲେଖିବା ପାଇଁ
ଯଦି ଆମର ଇଚ୍ଛା ନାହିଁ
ଭାଷାଟି ହେଲେ ଅଂତର୍ଧାନ
ଆମେ ହିଁ ହେବା ତା କାରଣ

ଆମେ ହୋଇଲେ ଭାଷାଘାତୀ
କି ହେବ ଯଶ କିଂବା ଖ୍ୟାତି ?
ପାଇଲେ ପ୍ରଶ୍ନର ଉତ୍ତର
ହେବ ଭାଷାର ଉପକାର

Leave A Reply

Your email address will not be published.