Latest Odisha News

BREAKING NEWS

ଭାଷା ଭାଗବତ : ସ୍ଥିରଗତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଆତ୍ମନିଯୁକ୍ତ ପ୍ରତିନିଧି
ପର ମତରେ ହୋଇ ବାଂଧି
ଲଂଘିଲେ ନିଜର ପରିଧି
ଭୋଗଇ ମାନସିକ ବ୍ୟାଧି

କାଳ ସହିତ କରି ସଂଧି
କାମ କରିଲେ ନିରବଧି
ମିଳିବ ଅଭିନବ ଶାଂତି
ତାହା ହିଁ ଲୋଡ଼େ ବୃଦ୍ଧ ବ୍ୟକ୍ତି

ନ କଲେ ସ୍ବସୀମା ଲଂଘନ
ସୁଖ ମିଳିବ ବହୁ ଦିନ
ଅଯଥା ଦେଖି ନାନା ସ୍ବପ୍ନ
ନ ହେଉଁ ବେଶି ହୀନମାନ

ସଂସାରେ ସବୁ କିଛି ସହି
ସଭିଏଁ ଥାଉଁ ଏଠି ରହି
ସ୍ବାନୁଭୂତିରୁ ଲେଖୁଁ ବହି
ପାଠକେ ହୋଇବେ ଆଗ୍ରହୀ

ଅନ୍ୟର ଭାବ, ନିଜ ଭାଷା
ବଢ଼ାଇ ଦେଉଛି ଦୁର୍ଦଶା
କରିଲେ ପୁନଶ୍ଚ ଲିଖନ
ସଂଭବ ହୁଏନି ବର୍ଧନ

ସରଳରୈଖିକ ଜୀବନ
ଆଗକୁ ସଦା ଧାବମାନ
ଏଥିରେ ନାହିଁ କିଛି ଭ୍ରମ
ବୁଝିଲେ ହୋଇବା ସକ୍ଷମ

ବୃତ୍ତପଥରେ ଘୂରି ଘୂରି
ସମୟ ଦେଉଥିଲେ ସାରି
ହେଲେ ହେଁ ତାହା ସ୍ଥିରଗତି
ବଦଳେନାହିଁ ପରିସ୍ଥିତି

ସଂସାରେ ରହି ଅଳ୍ପ ଦିନ
କିଛି କରି ନ ପାରି ଦାନ
ଘଟିଲେ ଜୀବନାବସାନ
ବଢ଼େନି ବ୍ୟକ୍ତିର ସମ୍ମାନ

Leave A Reply

Your email address will not be published.