Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକଙ୍କ ଭିତରେ ବିଭିନ୍ନ ଗୋଷ୍ଠୀ ଓ ନିଯୋଗ ପ୍ରତିଷ୍ଠିତ ହୋଇଛି। ଆମେ ଆଜି ସେହିପରି ଏକ ନିଯୋଗ ସାବତ ନିଯୋଗ ଓ ଏକ ଗୋଷ୍ଠୀ ଯେଉଁମାନେ ମହାପ୍ରଭୁଙ୍କ ପ୍ରତ୍ୟେକ କାର୍ଯ୍ୟରେ ଦରକାର ହେଉଥିବା ଜଳର ଆବଶ୍ୟକତା ପୂର୍ଣ୍ଣ କରନ୍ତି, ଯଥା :- ପାଣିଆପଟ ସେବକ । ଆସନ୍ତୁ ଜାଣିବା ସାବତ ନିଯୋଗ ବିଷୟରେ। ଏହି ନିଯୋଗର ସେବକ ମୁଖ୍ୟତଃ ଶ୍ରୀମନ୍ଦିର ବାହାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାନ୍ତି, ଯଥା ଶ୍ରୀକ୍ଷେତ୍ର ମଧ୍ଯରେ ଥିବା ପଞ୍ଚତୀର୍ଥ (ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ, ଶ୍ୱେତଗଙ୍ଗା, ମହୋଦଧିର ସ୍ୱର୍ଗଦ୍ୱାର ସମ୍ମୁଖ ଓ ଚକ୍ରତୀର୍ଥ )ଏଠାରେ ରୋହିଣୀ କୁଣ୍ଡ ମନ୍ଦିର ଭିତରେ ଥିବାରୁ ଏହି ନିଯୋଗ ତାହାକୁ ସେବା ପରିସରରେ ରଖିନାହାନ୍ତି । ତେଣୁ ଉପରୋକ୍ତ ପାଞ୍ଚ ସ୍ଥାନରେ ଯାତ୍ରୀ ସଂକଳ୍ପ, ଶ୍ରlଦ୍ଧ, ଓ ଦାନ କରାନ୍ତି। ପ୍ରତ୍ୟେକ ଅମାବାସ୍ୟାରେ ମହାପ୍ରଭୁଙ୍କ ସାଗର ବିଜେ କରିବା ସମୟରେ ସ୍ୱର୍ଗଦ୍ୱାର ନିକଟରେ ତାଙ୍କୁ ପାଛୋଟି ନେଇ ସ୍ୱତନ୍ତ୍ର ପଣା ଭୋଗ ଲଗାନ୍ତି। ସେହିପରି ସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ, ରଥଯାତ୍ରାରେ ରଥ ଉପରେ, ଆଡପ ଘରେ, ଭୋଗ ଲଗାଇଥାନ୍ତି। ଏହି ଧାରାରେ କୁମାର ପୂର୍ଣ୍ଣିମାରେ, ଧନୁମାସରେ, ନୃସିଂହ ଜନ୍ମରେ, କାଳୀୟ ଦଳନ ଏକାଦଶୀରେ ଠାକୁରମାନଙ୍କୁ ଭୋଗ ଲଗାଇଥାନ୍ତି । ଏମାନେ ବ୍ରlହ୍ମଣ ସେବକ ଓ ସେବା ବଂଶାନୁକ୍ରମିକ ଅଟେ। ପାଣିଆପଟ ସେବକଙ୍କ ବିଷୟରେ ଆଗାମୀ ଅଧ୍ୟlୟରେ ଆଲୋଚନା କରିବା ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ସବୁଦିନ ପରି।

ଏମନ୍ତେ ଯେତେ ଫଳ ସାଧି
ସୁଖ ସମ୍ପଦ ନାନା ବିଧି ।
ଅନ୍ତେ ସକଳ ହୋନ୍ତି ନାଶ
କିଛି ହିଁ ନାହିଁ ସୁଖ ଲେଶ ।
କର୍ମ ସରିଲେ ଫଳ କ୍ଷୟେ
ଲବଧ କ୍ଳେଶ ମାତ୍ର ରହେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.