ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସଫା କରିବା ଭଳି କର୍ମ
ହେଲେ ହେଁ ସର୍ବୋତ୍ତମ ଧର୍ମ
ନ ବୁଝିପାରି ତା’ର ମର୍ମ
ଆମେ ହିଁ ହେଉଁ ନରାଧମ
ଯେତେ କହିଲେ ସୁଦ୍ଧା କଥା
ବଦଳୁନାହିଁ ବାସ୍ତବତା
ଆମର ଏପରି ଅବସ୍ଥା
ବଢ଼ାଇ ପାରୁନାହିଁ ଆସ୍ଥା
ମଣିଷ ହୁଏ ଯଦି ଯଂତ୍ର
ପାସୋରିଦେଇ ମୂଳମଂତ୍ର
ପୀଠରେ ହେଲେ ହେଁ ଏକତ୍ର
ବୁଝିପାରେନି ଧର୍ମସୂତ୍ର
ଚିଂତା କରିବା ଶକ୍ତି ନାହିଁ
ଏମିତି ଭିଡ଼ କାହା ପାଇଁ ?
ସମୂହ ସହ ମିଳିମିଶି
କେହି କି ହୋଇଛି ପ୍ରୟାସୀ ?
ପରସ୍ପରକୁ ‘ ହଁ ‘ କହି
ସମାଜେ ଥାଉଁ ସିନା ରହି
ହୁଏନି ବ୍ୟକ୍ତିତ୍ବ ବିକାଶ
ସଭିଏଁ ମାଲିକ ଓ ଦାସ
ମାସ, ତିଥି ଓ ବାର ଗଣି
ଅନେକ ପର୍ବ ଓ ପର୍ବାଣି
ବର୍ଷକୁ ପାଳୁଁ ବହୁ ବାର
କେବେ ମିଳେନି ଉପକାର
ପରଂପରା ନାମକ ଜାଲ
ଲୋକଂକୁ କରେ କଲବଲ
ଏହାର ନାହିଁ ପ୍ରତିକାର
ଘଟୁନି ଜ୍ଞାନର ବିସ୍ତାର
ମାଟି, ପାଣି ଆଉ ପବନ
ଦୂଷିତ କରୁଁ ଘନଘନ
ତେବେ ବି ମଣିଷର ମନ
ହୋଇପାରୁନି ସଚେତନ
ଭାଷାରେ କଲେ ବି ପ୍ରଚାର
ଉନ୍ନତ ଚିଂତାର ବିସ୍ତାର
ଏଯାଏଁ ହୋଇନି ସଂଭବ
ସମସ୍ତେ କରୁଁ ଅନୁଭବ
Comments are closed.