Latest Odisha News

BREAKING NEWS

ଭାଷା ଭାଗବତ : ଓଡ଼ିଆର ସ୍ଥିତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଏଠି ମରିବା ପରେ ଯାଇ
କେହି ସମ୍ମାନ ପାରେ ପାଇ
ଅନୁକରଣ କରି କରି
ଓଡ଼ିଆ ଯାଉଛି ବିସ୍ମରି

ଅତି ଅଧିକ କଥା କହି
ଯେ ପାରେ ଉଲ୍ଲସିତ ହୋଇ
କରିପାରେନି କିଛି କାମ
ବୃଥା ପାଟିର ପରିଶ୍ରମ

ପୁନର୍ଲିଖନ ବାରଂବାର
ହେବାରୁ ଓଡ଼ିଆ ଭାଷାର
ଘଟୁନି ଇଚ୍ଛିତ ବିକାଶ
ଶକ୍ତି, ସମୟ ହୁଏ ନାଶ

ନୂତନ ଜ୍ଞାନ ପ୍ରତି ଡର
କରେ ସ୍ଥିତିକୁ ନାରଖାର
ନ କଲେ ଜ୍ଞାନ ପ୍ରଦର୍ଶନ
ଘଟିବ ଭାଷା ଉନ୍ନୟନ

ଲେଖକେ ହେଲେ ଉତ୍ସାହିତ
ନିଶ୍ଚୟ ହେବ ସର୍ବହିତ
ଲେଖକେ ପାଠକ ସହିତ
ରହିଲେ ବଢ଼ିବ ସାହିତ୍ୟ

Comments are closed.