Latest Odisha News

BREAKING NEWS

ଭାଷା ଭାଗବତ : ଅଶେଷ କ୍ଳେଶ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଅନାମ ସାଂବାଦିକଗଣ
ଯାହା ଲେଖଂତି ପ୍ରତି ଦିନ
ତାହା ହିଁ ଅଧିକ ପଠିତ
ହେଉଛି, ଏହା ପୂରା ସତ

ଲେଖକ ନାମ ଦେଖି କେହି
ପଢ଼ଂତିନାହିଁ ଯେଣୁ ବହି
ସଂସ୍ଥାର ଅଜଣା ଲେଖକ
ରଖଂତି ସ୍ବଭାଷାର ଟେକ

ସବୁ କଥା ଜାଣିବା ପାଇଁ
ଦୈନିକ କାଗଜଟେ ପାଇ
ପଢ଼ିଥାଆଂତି ପ୍ରତି ଦିନ
ରଖଂତି ସ୍ବଭାଷାର ମାନ

ଚାରିଆଡ଼ର ବାସ୍ତବତା
ଜାଣିବା ପାଇଁ ଉତ୍ସୁକତା
ପାଠକେ ରଖଂତି ବଂଚାଇ
ଏ ତଥ୍ୟ ଅସତ୍ୟ ନୁହଇ

ଅତି ପାଂଡିତ୍ୟପୂର୍ଣ ଲେଖା
ପୁସ୍ତକାଗାରେ ହୁଏ ରଖା
ହାତଗଣତି ଗବେଷକ
ହୁଅଂତି ତହିଁର ପାଠକ

ପୁସ୍ତକ ସମ୍ମାନ ବର୍ଧକ
ହେଲେ ହେଁ ତହିଁର ପାଠକ
ସଂଖ୍ୟାରେ ହେଉନି ବର୍ଧନ
ଏହି କଥାକୁ ଦେଉଁ ଧ୍ୟାନ

ସାହିତ୍ୟାଶ୍ରୟୀ ଏହି ଭାଷା
ଭୋଗୁଛି ଯେପରି ଦୁର୍ଦଶା
ତାହା ହେଲେ ହେଁ ଶୋଚନୀୟ
ଘଟୁନି କାହା ଜ୍ଞାନୋଦୟ

ଖବରକାଗଜ ପଢ଼ାଳି
ଅଳପ ଜ୍ଞାନ ପାଇ ଚଳି
ଯାଆଂତି ଆମର ଦେଶରେ
ରହଂତି ଅଶେଷ କ୍ଳେଶରେ

Comments are closed.