Latest Odisha News

ଭାଷା ଭାଗବତ : ମତ ନୁହେ ଦୀର୍ଘଜୀବୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ମନରୁ ତଡ଼ି ସବୁ ଡର
ନିଜର କାମ ନିଜେ କର
ଅନ୍ୟ ଲୋକଂକ ମତାମତ
ନ କରୁ ଆଉ ବିଚଳିତ

‘ ମତ ନୁହଇ ଦୀର୍ଘଜୀବୀ ‘
ଏହି ସତ୍ୟକୁ ମନେ ଭାବି
ସଂସାରେ ଛାଡ଼ିଗଲେ କୃତି
ଘଟିବ ଭାଷାର ଉନ୍ନତି

ପ୍ରତିଭା ସହ ଯୋଡ଼ି ନିଷ୍ଠା
କରିଲେ ନିତି ଟିକେ ଚେଷ୍ଟା
କ୍ରମଶଃ ହେବ ବଡ଼ ବହି
ଭାଷାରେ ଥିବ ପରା ରହି

ନିତି କରିଲେ ଶବ୍ଦ ଦାନ
ହେବାନି କେବେ ସଂଦିହାନ
ଆମର ଅଂତର୍ଗତ ସୁଖ
ଦେବ ସତରେ ଜ୍ଞାନାଲୋକ

Comments are closed.