Latest Odisha News

BREAKING NEWS

ଭାଷା ଭାଗବତ : ଉଭୟ ପ୍ରକାର ଲିଖନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଙଞଣନମ ପାଂଚ ବର୍ଣ
ହୁଏ ନାସିକ୍ୟ ଉଚ୍ଚାରଣ
° ହେଲେ ତହିଁର ସୂଚକ
ସହଜ ହେବ ଲେଖାତକ

ଙ୍‌କ ହୁଏ ଯେବେ °କ
ଅନାବଶ୍ୟକ ହୁଏ ଙ୍କ
କରିଲେ °କ ଓ ଙ୍କ ତୁଳନା
ସ୍ପଷ୍ଟତା ପଡ଼ିଯାଏ ଜଣା

ସଂକ୍ରାମକ କି ସଙ୍କ୍ରାମକ
ଉଭୟ ଥରଟେ ପରଖ
ଯେଉଁଟି ସହଜ ସରଳ
ତାହା ହିଁ ଲେଖି ଲେଖି ଚଳ

ସଂଖ୍ୟକ ସହିତ ସଙ୍ଖ୍ୟକ
ଥରେ ତୁଳନା କରି ଦେଖ
ଯେଉଁଟି ଅଟେ ପରିଷ୍କାର
ତାହା ହିଁ କରିବ ସ୍ବୀକାର

ସଂଗ୍ରାମ ଅଥବା ସଙ୍ଗ୍ରାମ
ରୂପ ନୁହଇ ସର୍ବସମ
ଅର୍ଥ ସହିତ ଉଚ୍ଚାରଣ
ନୁହଇ କେବେ ଭିନ୍ନ ଭିନ୍ନ

ସାଂଘାତିକ କି ସାଙ୍ଘାତିକ
ଯେପରି ଇଚ୍ଛା ହୁଏ ଲେଖ
କରିହେବନି ନିବାରଣ
ଅର୍ଥତଃ ହେଲେ ହେଁ ସମାନ

ରଞ୍ଜନ, ରଂଜନ ସମାନ
ଅର୍ଥ ସହିତ ଉଚ୍ଚାରଣ
ଯେଉଁଟି ସ୍ପଷ୍ଟ ଦୃଶ୍ୟମାନ
ତାହା ହିଁ କରିବା ଲିଖନ

ଞ୍ଚଞ୍ଛଞ୍ଜଞ୍ଝ ଓ ଣ୍ଟଣ୍ଠଣ୍ଡଣ୍ଢ
°ଚଂଛ°ଜଂଝ ଓ °ଟଂଠଂଡଂଢ
ମଧ୍ୟରୁ ସରଳକୁ ଖୋଜି
ଲେଖିବା ପାଇଁ ହେବା ରାଜି

ନ୍ତନ୍ଥନ୍ଦନ୍ଧ ଓ ମ୍ପମ୍ଫମ୍ବମ୍ଭ
°ତଂଥଂଦଂଧ ଓ °ପଂଫଂବଂଭ
ଉଭୟ ପ୍ରକାର ଲିଖନ
ଚଳୁଛି ଏ ଭାଷାରେ ଜାଣ

ଲିଖନ କରିଲେ ସରଳ
ହିତ ପାଆଂତି ଛାତ୍ରକୁଳ
ଲିଖନ କରିଲେ ଜଟିଳ
ଭାଷାଟେ ହୁଅଇ ଦୁର୍ବଳ

Comments are closed.