Latest Odisha News

BREAKING NEWS

ଭାଷା ଭାଗବତ : ନିତିଦିନିଆ କାମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

କେବଳ ପ୍ରତିକ୍ରିୟା ଦେଇ
ଖଟରେ ତକିଆ ପକାଇ
ଯେ ପାରେ ନିଦକରେ ଶୋଇ
ସେ ପରା ଆମ ଜ୍ଞାତି ଭାଇ

ଯାହା ନିତିଦିନିଆ କାମ
ତହିଁରେ ଯୋଡ଼ିଲେ ବିରାମ
କାମ କେବେ ପାରେନି ସରି
ଘୁଂଚେନି ବିଚିତ୍ର ବେମାରି

ଏଠି ବା ସେଠି ମନୋଭାବ
ଜଣାଇ ରହିଲେ ନିରବ
ପଡ଼େନି ତହିଁର ପ୍ରଭାବ
ଏ ସତ୍ୟ କରୁଁ ଅନୁଭବ

ଯାହା ନିତିଦିନିଆ କାମ
ତାହା କରିଲେ ଅବିରାମ
ଏବେ କି କେବେ ପରିଣାମ
ହୋଇବ ନିଶ୍ଚୟ ଉତ୍ତମ

Comments are closed.