ପ୍ରଳୟ ନାୟକ
ତୁମେ ସମୁଦ୍ରେ ସମୁଦ୍ର ଆଉ
ମୁଁ ନିରିମାଖୀ ପଥହରା ଶୋଷ
ତୁମେ ସତ୍ୟ ଚିରନ୍ତନ
ଆଉ ମୁଁ ଖାଲି ଭିଖାରୀଟେ
ଟୋପେ ଭାବ ଅବଶେଷ ,
ଅନନ୍ତ ମୋ ଆକୁଳ ପ୍ରାର୍ଥନା
ତୁମେ ଆହେ ଶୁଣିକି ପାରୁନା …….?
ତୁମେ ଭାସ୍ବର ଯୌବନ ବିଭାବସୁ ଗତିମାନ ସଦା
ଦିନ ଯାଏ ଦିନ ଆସେ ଏପଟ ସେପଟ
ମୁଁ କ୍ଲାନ୍ତ, ଅବସନ୍ନ କୁରୁବୃଦ୍ଧ ଭୀଷ୍ମ
ବରିନେଇ ଶରଶେଯ ଆପଣା ଇଚ୍ଛାରେ
ସାମାନ୍ୟ ମୃତ୍ୟୁଟେ ପାଇଁ ଚାହିଁଥାଏ ଫେରିବା’ର ବାଟ
ଉତ୍ତରାୟଣ ର ଚାତକ ପରାଏ ,
ତୁମେ କିନ୍ତୁ ଚଳୁଥାଅ
ତୁମ ନିରୁଦ୍-ବିଘ୍ନ ଗତିର ନିଶାରେ
କେତେ ଲୁହ ଝରିଯାଏ ଲହୁ ପାରାବାରେ
ଅଜଣା ଅଦେଖା ଭାବେ ତୁମର କି ଯାଏ ……?