ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ପାଠକେ କରିଲେ ପସଂଦ
ମନରେ ରହେନାହିଁ ଦ୍ବଂଦ୍ବ
ଉତ୍କୃଷ୍ଟ ହେଉ ଅବା ମଂଦ
ଲେଖକ ସ୍ବଭାବେ ସ୍ବଚ୍ଛଂଦ
ଅଶେଷ ଧୈର୍ଯବଂତ ହୋଇ
ଯେ ସତେ ପ୍ରତୀକ୍ଷା କରଇ
ମିଳୁ, ନ ମିଳୁ କିଛି ଫଳ
ଆଶା ହିଁ ତାହାର ସଂବଳ
ଲେଖୁଛିଁ, ପାରୁଛିଁ ଯେତିକି
ମୋହର ସାମର୍ଥ୍ୟ ଏତିକି
ଭାଷାରେ ବିଶ୍ବାସ ଅଟଳ
ତେଣୁ ହେଉନି ଟଳମଳ
ଅତ୍ୟଳ୍ପ ହେଉ ବା ବହୁତ
କେତେକ ପାଠକଂକ ଚିତ୍ତ
ତୋଷୁଛି ‘ଭାଷା ଭାଗବତ’
ତେଣୁ ମୁଁ ହୁଏଁ ଆନଂଦିତ
ଶୁଣି, ପଢ଼ି ଉତ୍ସାହ ବାଣୀ
ପାଠକ ନିକଟରେ ଋଣୀ
ହୋଇ ଲେଖୁଛିଁ ପ୍ରତି ଦିନ
ସଫା ହେଉଛି ମୋର ମନ
ଆଶା ହିଁ ମୋର ପ୍ରିୟ ସଖା
ତେଣୁ ମୁଁ ନୁହେଁ କେବେ ଏକା
ଆଶାକୁ ନିଜ ସଂଗେ ଧରି
ଜିଇଁଛିଁ, ଯିବି ଦିନେ ମରି
ସଂସ୍କାର ଚାଲେ ନିରଂତର
ନ ହୋଇ ପ୍ରସ୍ତାବ-ନିର୍ଭର
ଅଟଳ ମୌଳବାଦୀ ଚିଂତା
ହୋଇପାରେ ସଂସ୍କାର-ହଂତା
ନିଜ ଭାଷାର ନିୟଂତ୍ରକ
ହେବାକୁ ଚେଷ୍ଟା କଲେ ଲୋକ
ହୁଅଂତି ମିଛେ ବିଚଳିତ
ସଦା ଅସ୍ଥିର ତାଂକ ଚିତ୍ତ
ଭାଷାର ସ୍ବଚ୍ଛଂଦ ପ୍ରବାହ
ଥମେନି ଶୁଣି ‘ ରହ, ରହ ‘
ନୁହେ କାହାର ବଶବର୍ତୀ
ଏତିକି ବୁଝୁ ଆଗ ମତି
ଭାଷା ସହିତ ହୋଇ ଯୁକ୍ତ
ମୁଁ ହୁଏଁ ଦୁର୍ଭାବନା-ମୁକ୍ତ
ଭାବନା ବ୍ୟକ୍ତ କରେ ଭାଷା
ତେଣୁ ତ କରେଁ ମୁଁ ଭରସା
Comments are closed.