Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେଵା ଓ ସେବକ ଆଲୋଚନାର ଶେଷ ପ୍ରଯ୍ୟାୟରେ ଆମେ କିଛି ଏପରି ବିଷୟରେ ଆଲୋଚନା ଜାରି ରଖିଛେ, ଯାହା ସାଧାରଣ ଭାବରେ ମନରେ କିଛି ପ୍ରଶ୍ନ ସୃଷ୍ଟି କାରିଥାଏ। ଯଥା ଆମେ ଗୋଟିଏ ସେବାର ନାମ ଜାଣିଲେ ସମ୍ପ୍ରଦା ନିଯୋଗ ସେବା ହିସାବରେ, ଏଠାରେ ନିଯୋଗ ଶବ୍ଦ ବ୍ୟବହାର ହୋଇଛି ଗୋଷ୍ଟୀ ଗତ ସେବା ହିସାବରେ। କିନ୍ତୁ ଆଉ ଏକ ସେବା ହେଲା ଦଇତା ସେବା, ସମସ୍ତେ ଜାଣିଛନ୍ତି ଏହା ଏକ ଗୋଷ୍ଟୀ ଗତ ସେବା କିନ୍ତୁ ଏହା ସହ ନିଯୋଗ ଶବ୍ଦ ଜଡିତ ହୋଇନାହିଁ । ସମ୍ପ୍ରଦା ସେବା ବର୍ତ୍ତମାନ ପ୍ରଚଳନ ନାହିଁ। କେବଳ ଜନୈକ ସେବିକା ବର୍ଷକୁ ଥରେ ଏକ ନିର୍ଦ୍ଧିଷ୍ଟ ତିଥିରେ ଏକ ନୂଆ ନାମରେ “ଯଶୋଦା ସେବା “ଅର୍ପଣ କରୁଛନ୍ତି । ଆଉ ଏକ ବିଶେଷ ସେଵା ତଥା ସେବକମାନଙ୍କୁ ଆମେ ସର୍ବଦା ଦେଖିଥାଉ। ଯେଉଁମାନେ ପାରମ୍ପରିକ ଭାବରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭାରତ ବର୍ଷର ବିଭିନ୍ନ ସ୍ଥାନରୁ ଆସୁଥିବା ଯାତ୍ରୀମାନଙ୍କୁ ଅତିଥିଭାବେ ସେଵା ପ୍ରଦାନ କରିଥାନ୍ତି। ଯାତ୍ରୀ ପରିଚର୍ଯ୍ୟl, ଯାତ୍ରୀଙ୍କଠାରୁ ଅନ୍ନଦାନ ଓ ଆଟିକା ନେବାର ଅଧିକାର ମଧ୍ୟ କେତେକ ସେବାୟତ ନିଯୋଗର ସ୍ୱତନ୍ତ୍ର ଭାବେ ରହିଛି। ଏହି ସେବକ ମାନେ ଯାତ୍ରୀମାନଙ୍କ ଦେବ ଦର୍ଶନ, ରହଣି ବ୍ୟବସ୍ଥା, ମହାପ୍ରସାଦ ସେବନର ବ୍ୟବସ୍ଥା ଇତ୍ୟାଦି ଯୋଗାଇଥାନ୍ତି। ଆଦିମ କାଳରୁ ଏହି ପୈତୃକ ଯାତ୍ରୀ ପଣ୍ଡା ସେବା ପ୍ରଚଳିତ। କିନ୍ତୁ ଏହା ସ୍ୱତନ୍ତ୍ର ସେବା ହିସାବରେ ଗଣା ଯାଏନି। ସେ ଯାହା ହେଲେ ମଧ୍ଯ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକ ପରମ୍ପରା ଅତ୍ୟନ୍ତ ଶୃଙ୍ଖଳିତ ଓ ସଂସ୍କାରିତ ଭାବେ ଥିଲା, ଅଛି ଓ ଆଗାମୀ ଦିନମାନଙ୍କରେ ରହିବ। ହଜାର ହଜାର ସେବକଙ୍କ ଆତ୍ମ ନିର୍ଦ୍ଧେଷିତ ସେବାର ମୂଲ୍ୟ ନିର୍ଦ୍ଧାରଣ କରିବା ଏକ ପ୍ରକାର ଅସମ୍ଭବ। ଶ୍ରୀମନ୍ଦିର ପ୍ରଶାସନ ସେବକମାନଙ୍କୁ କିଛି କିଛି ଅନୁଦାନ ଦେଉଥିବା ଆମେ ଜାଣୁ। କିନ୍ତୁ କେହି ଜାଣିନାହାନ୍ତି ଶ୍ରୀଜଗନ୍ନାଥଙ୍କଠାରୁ ଏହି ସେବକମାନେ ପାଉଥିବା କରୁଣା ଆଶୀଷର ମୂଲ୍ୟ କେତେ ? ପ୍ରଭୁଙ୍କର ସେହି ଅନନ୍ତ କରୁଣା ଟିକିଏ ମାଗି ଏହି ସେବା ଓ ସେବକ ଆଲୋଚନା ଏଇଠି ରଖିବା ଓ ଆଗାମୀ ଦିନରେ ଜାଣିବା ଶ୍ରୀଜୀଉମାନଙ୍କ ବିଷୟରେ ଆହୁରି କିଛି ରୋଚକ ତଥ୍ୟ ଓ ତତ୍ତ୍ୱ। ଏବେ କିନ୍ତୁ ସମୟ ଆରାଧନା ଓ ଭାଗବତ ପଠନର ଠିକ ସବୁଦିନ ପରି ।

ସକଳ ସ୍ଥାନେ ମୁହିଁ ଭ୍ରମେ
ମୁଁ ଥାଏ ଅଜଗର ଧର୍ମେ ।
. ସ୍ୱର୍ଗ ନରକ ବେନି ବାଣୀ
ମୁଁ ଏହା ଏକ ଧର୍ମେ ଜାଣି ।
ଏଣୁ ମୋ ଦୁଃଖ ସୁଖ ଏକ
ସମେ ଦେଖଇ ସର୍ବ ଲୋକ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.