ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଅଭିଜ୍ଞ ପାକଳ ଲେଖକ
ଦେଖଂତୁ ବାଳିକା, ବାଳକ
ତାଂକର ମନଲାଖି ବହି
ଏଠି ପାଇପାରଂତିନାହିଁ
ଏବର ଆଗ୍ରହୀ ବାଳକ
ଆଗକୁ ଭାଷାର ରକ୍ଷକ
ହେବାର ଅଛି ସଂଭାବନା
କରିହେବନି ଏହା ମନା
ନିଜ ଭାଷାରେ ନୂଆ ଜ୍ଞାନ
ତାହାଂକୁ କରିଲେ ଅର୍ପଣ
ସେମାନେ ଦେବେ ନିଶ୍ଚେ ଧ୍ୟାନ
ହଟିବ ଭାଷା କୁପୋଷଣ
ପିଲାଂକ ପାଇଁ ଏଠି କେହି
ଲେଖକ ଭାବଂତି କି ନାହିଁ
ତାହା ତ ରହିଛି ଅଜଣା
ତେଣୁ ପିଲାଏ ବାଟବଣା
ବଡ଼ଂକ ତତ୍ତ୍ବଭରା ବାଣୀ
ଅଥବା ପୁରୁଣା କାହାଣୀ
ପାରୁନି ଟାଣି ତାଂକ ମନ
ଏହି କଥାକୁ ଦେଉଁ ଧ୍ୟାନ
ବାଳକେ ଦେଲେ ମୁହଁ ମୋଡ଼ି
ଏ ଭାଷା ପାରିବ କି ବଢ଼ି ?
ଲେଖକେ କରଂତୁ ବିଚାର
ନିଅଂତୁ ଏବେ କାର୍ଯଭାର
ପିଲାଂକ ବୌଦ୍ଧିକ ବିକାଶ
ବିନା ଭାଷାର ସତ୍ତା ନାଶ
ଘଟିବା ଯେଣୁ ସୁନିଶ୍ଚିତ
ଏବେ ହିଁ ହେଉଁ କାର୍ଯରତ
ପିଲାଂକ ଉପଯୋଗ ପାଇଁ
ବହି ନ ଲେଖିବା କିପାଇଁ ?
ନିଜକୁ ଏ ପ୍ରଶ୍ନ ପଚାରି
ଆଗକୁ ପଡ଼ିବା ବାହାରି
କରିବା ନିତି ଶିଶୁ ସଂଗ
ଗପିବା ବିବିଧ ପ୍ରସଂଗ
ଲେଖିବା ତାଂକର ବିଷୟ
ସ୍ଥଗିତ ହେବ ଅବକ୍ଷୟ
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.