Latest Odisha News

ଭାଷା ଭାଗବତ : ଭାଷାର ପ୍ରବାହ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫ 

ନଦୀ ମାତ୍ରକେ ବଂକାରେଖା
ନୂତନ ଜଳ ନେଇ ଏକା
ଉପରୁ ତଳକୁ ଖସଇ
ସମୁଦ୍ର ସହିତ ମିଶଇ

ସିଧା ଅଥବା ଗୋଲାକାର
ନ ହୋଇପାରେ ଜଳଧାର
ସେମିତି ଜ୍ଞାନର ପ୍ରବାହ
ସଂସାରେ ବହେ ଅହରହଃ

ଜ୍ଞାନକୁ କରିଲେ ଆବଦ୍ଧ
ବିକାଶ ପଥ ହୁଏ ରୁଦ୍ଧ
ବହୁ ସୂତ୍ରରୁ ତଥ୍ଯ ଆସି
ଜ୍ଞାନ ସହିତ ଯାଏ ମିଶି

ଭାଷାଜ୍ଞାନ ହୋଇଲେ ସ୍ଥିର
ଘଟଇ ଅବସାନ ଶୀଘ୍ର
ସଭିଏଁ କରିଲେ ସ୍ବାଗତ
ଭାଷା ହୁଏନି କେବେ ମୃତ

ଏହି ରାଜ୍ୟର ସବୁ ଭାଷା
ସହଂତି ଅକଥ୍ୟ ଦୁର୍ଦଶା
ଭାଷୀଏ ହୁଅଂତୁ ଉଦାର
କରଂତୁ ଭିନ୍ନତା ସ୍ବୀକାର

ମିଳିବ ନିଶ୍ଚେ ପ୍ରତିକାର
ହେବ ସମୂହ ଉପକାର

 

Comments are closed, but trackbacks and pingbacks are open.