Latest Odisha News

ଭାଷା ଭାଗବତ : ବ୍ୟକ୍ତିର ଖ୍ୟାତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ସଂପତ୍ତି ସହ ପ୍ରତିପତ୍ତି
ଥିଲେ ବି ମନରେ ଅଶାଂତି
ପୂରାଇଥାଏ ଯେଉଁ ବ୍ୟକ୍ତି
ପାଏନି ‘ ସୁଖ ‘ ଭଳି ତୃପ୍ତି

ମନରେ ହେଲେ ଆଂଦୋଳନ
କର୍କଶ ଉତ୍କଟ ବଚନ
ସର୍ବଦା ହୁଏ ଉଦ୍‌ଗିରଣ
କରେ ଅଶାଂତି ଉତ୍ପାଦନ

ଅଶାଂତି ସଂକ୍ରମଣଶୀଳ
ସଭିଂକୁ କରେ ଟଳମଳ
ଗଢ଼ିଲେ ସୁଦ୍ଧା ବଡ଼ ଦଳ
ମିଳେନି ତହିଁରୁ ସୁଫଳ

ନେତାକୁ କରି ସମର୍ଥନ
କହିଲେ ସୁମିଷ୍ଟ ବଚନ
କର୍ମୀ ସବୁଠି ତଳେ ପଡ଼ି
ପାରେନି ଉଚ୍ଚାସନ ଚଢ଼ି

କୃତି ନ ଥାଇ ଜଣେ ବ୍ୟକ୍ତି
ପାଏ ଅଶେଷ ଯଶ, ଖ୍ୟାତି
ପର ଚର୍ଚାରେ ବେଶି ମାତି
ଘଟାଇଚାଲେ ନିଜ କ୍ଷତି

ସୁଜ୍ଞାତ ବହୁ ସମର୍ଥକ
ଥିଲେ ହେଁ ବିରୋଧୀ ଅନେକ
ଅଜ୍ଞାତ ହୋଇ ଥାଂତି ଲୁଚି
କ୍ଷତି କରଂତି ବେଳ ବାଛି

Comments are closed.