Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୀତି ବା ଦୈନିକ ପୂଜା ନୀତି ଯାହା ନିତ୍ୟ -ବିଧି ଭାବେ ବିଦିତ ଅଟେ। ସେହି ପର୍ଯାୟରେ ଅବକାଶ ନୀତି ପରର ବିଶେଷ କାର୍ଯ୍ୟକ୍ରମ ସlହlଣ ମେଲା ବିଷୟରେ ଆଲୋଚନା ଜାରି ରହିଛି। ଶ୍ରୀମନ୍ଦିର ସତ୍ୱଲିପି ପ୍ରକାରେ ପ୍ରତିଦିନ ସlହlଣ ମେଲା ଦୁଇଥର ଅନୁଷ୍ଠିତ ହେବା କଥା କିନ୍ତୁ ଅଧିକାଂଶ ଦିନ କେବଳ ଥରେ ମାତ୍ର ହୋଇଥାଏ। ଅନେକ ସମୟରେ ଠାକୁରମାନଙ୍କ ଅନ୍ୟାନ୍ୟ ନୀତିକୁ ଦୃଷ୍ଟିରେ ରଖି ନିର୍ଧାରିତ ସମୟ ସକାଳ ୭ ଘଣ୍ଟା ପରିବର୍ତ୍ତେ ସନ୍ଧ୍ୟାରେ ହୋଇଥାଏ । ଯଥା:- ଦଶହରା ପର ଏକାଦଶୀଠାରୁ କାର୍ତ୍ତିକ ପୁର୍ଣିମା ପର୍ଯ୍ୟନ୍ତ ସକାଳେ ନହୋଉ ସନ୍ଧ୍ୟାରେ ହୋଇଥାଏ। ଏଥିରେ ମଧ୍ଯ ଶ୍ରୀଜୀଉମାନଙ୍କ ପୂଜା ବିଧିକୁ ବିଶେଷ ପ୍ରାଧାନ୍ୟ ଦେଇ କେତେବେଳେ ଦ୍ବିପ୍ରହର ଧୂପ ପରେ ସlହlଣ ମେଲା ହୁଏ ତ ଆଉ କେତେବେଳେ ସନ୍ଧ୍ୟା ଧୂପ ପରେ ହୋଇଥାଏ। ଉଦାହରଣ ଗଜଉଦ୍ଧାରଣ ବେଶ ଦିନ। ଆଉ କେତେକ ବିଶେଷ ଦିନମାନଙ୍କରେ ଠାକୁରମାନଙ୍କ ନୀତି କୁ ଆଖିରେ ରଖି ଏହି ସlହlଣ ମେଲା କୁ ବାତିଲ କରାଯାଏ। କେତେକ ଦିନ ସକାଳ ଧୂପ ପରେ ଏହି ସlହlଣ ମେଲା ହୋଇଥାଏ। ପୂର୍ବରୁ ଆମେ ଆଲୋଚନା କରିଛେ ଶ୍ରୀଜୀଉମାନଙ୍କ ପ୍ରକୃତ ନୀତି ଭିତରେ ଏହି ସlହlଣ ମେଲା ବିବେଚିତ ହେଉନଥିବାରୁ ଏମିତି ବ୍ୟତିକ୍ରମ ହୋଇଥାଏ। କେବଳ ସର୍ବସାଧାରଣଙ୍କୁ ଠାକୁରଙ୍କ ନିକଟକୁ ଯିବା ପାଇଁ ସୁବିଧା ଦେବାକୁ ତଥା ମନ୍ଦିର ଓ ସେବକମାନଙ୍କ କିଛି ଆୟ ପାଇଁ ଏହି ନୀତିଟି କରାଯାଇଛି। ଏହି ସlହlଣ ମେଲା ସମୟରେ ମିଳୁଥିବା ଟଙ୍କା, ସୁନା ଇତ୍ୟାଦିକୁ “ପିଣ୍ଡିକା ” କୁହାଯାଏ। ଏହି ପିଣ୍ଡିକା ର କିଛି ଅଂଶ ଶ୍ରୀମନ୍ଦିର ପରିଚାଳନା ରେ ବ୍ୟୟ ହୁଏ। ଓ କିଛି ଅଂଶ ଅଧିକୃତ ସେବକ ମାନଙ୍କ ପ୍ରାପ୍ୟ ହୋଇଥାଏ। ସେ ଯାହା ହେଉ ଶ୍ରୀମନ୍ଦିରର ଏକ ବିଶେଷ ଅଙ୍ଗ ରୂପେ ଏହି ସlହlଣ ମେଲା ନୀତିଟି ପ୍ରତ୍ୟେକ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଏକ ଈପସିତ ନୀତି ଅଟେ। ଆଗାମୀ ଅଧ୍ୟାୟ ରେ ଆଲୋଚନା କରିବା ଶ୍ରୀଜୀଉମାନଙ୍କ ବେଶଲାଗି
ରୋଷହୋମ ଇତ୍ୟାଦି କାର୍ଯ୍ୟକ୍ରମ କିନ୍ତୁ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର ସବୁଦିନ ପରି।

ଏ ଆଦି ଲକ୍ଷଣେ ଲକ୍ଷିତ
ଅଶେଷ ଭୁବନେ ପୂଜିତ।
କାମକୁ ନିନ୍ଦେ କଳେବର
ସମ୍ପଦେ ରାଜ ରାଜେଶ୍ୱର।
ସେ ରୂପ ଦେଖି ମର୍ତ୍ତ୍ୟ ଜନେ
ପୂଜନ୍ତି ବେଦ ତନ୍ତ୍ର ଧ୍ୟାନେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.