ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଜ୍ଞାନ, କର୍ମ ଓ ଭକ୍ତି, ଧ୍ୟାନ
ମାର୍ଗୀ ହେଲେ ହେଁ ଭିନ୍ନ ଭିନ୍ନ
ପ୍ରତ୍ୟେକେ କରଂତି ସଂଧାନ
ନିଜ ନିଜର ଲକ୍ଷ୍ୟ ସ୍ଥାନ
ଜ୍ଞାନୀଏ ବଚନ ବିଳାସ
କର୍ମୀଏ କାର୍ଯ ଅହର୍ନିଶ
ଭକ୍ତଗଣ ନାମୋଚ୍ଚାରଣ
ଧ୍ୟାନୀଏ ମୌନତା ପାଳନ
କରିବା ପାଇଁ ଦେଇ ମନ
ସାର୍ଥକ ମଣଂତି ଜୀବନ
ସର୍ବେ କରଂତି କାଳ କ୍ଷୟ
ନ ମିଳେ ଜୟ, ପରାଜୟ
ଜ୍ଞାନ ତ ମୂଳତଃ ଅସୀମ
କର୍ମ ଲୋଡ଼ଇ ପରିଶ୍ରମ
ଭକ୍ତିରେ ହୋଇଲେ ଆଚ୍ଛନ୍ନ
ଧ୍ୟାନାନୁକୂଳ ହୁଏ ମନ
ଏପରି ସଂସାରୀ ଜୀବନ
ବିତାଂତି ଜନସାଧାରଣ
ତତ୍ତ୍ବର ସୂକ୍ଷ୍ମ ବିଶ୍ଳେଷଣ
ଆଡ଼କୁ ବଳେନାହିଁ ମନ
ଯାହାକୁ ଯେଉଁ ମାର୍ଗ ଶ୍ରେୟ
ତାହା ହିଁ ହୁଏ ତା’ର ଧ୍ୟେୟ
ଏ ସ୍ବାୟତ୍ତତା ଅଂତର୍ଜାତ
ସର୍ବଦା ତର୍କର ଅତୀତ
ଯାହା ବି ହୋଇଛି ନିର୍ଦିଷ୍ଟ
ତା ନୁହେଁ ପରିଷ୍କାର, ସ୍ପଷ୍ଟ
ଏଥି ଯୋଗୁଁ ତ ଭୋଗୁଁ କଷ୍ଟ
ବେଳ ଓ ବଳ କରୁଁ ନଷ୍ଟ
ତତ୍ତ୍ବାବଧାରଣରେ ଲିପ୍ତ
ବ୍ୟକ୍ତି ବି ହୋଇପାରେ ତୃପ୍ତ
ଆଚରଣରେ ସ୍ବାଧୀନତା
ନିର୍ବାହ ଅଟେ ମୂଳ କଥା
Comments are closed.