Latest Odisha News

BREAKING NEWS

ଗାନ୍ଧୀଧାମ-ପୁରୀ ଟ୍ରେନରେ ଚାଞ୍ଚଲ୍ୟ: ଟ୍ରେନରେ ଯାତ୍ରୀଙ୍କ ତଣ୍ଟି କାଟିଲେ ଦମ୍ପତି

ବଲାଙ୍ଗୀର:  ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ରେଳଷ୍ଟେସନ ଗାନ୍ଧୀଧାମ-ପୁରୀ ଟ୍ରେନରେ ଚାଞ୍ଚଲ୍ୟ । ଚଳନ୍ତା ଟ୍ରେନରେ ଦୁଇ ଯାତ୍ରୀଙ୍କ ତଣ୍ଟି କାଟିଦେଲେ ଦମ୍ପତ୍ତି  । ଟ୍ରେନରେ କିଛି ଘଟଣାକୁ ନେଇ ଆରମ୍ଭ ହୋଇଥିବା ଗଣ୍ଡଗୋଳ କ୍ରମଶଃ ରକ୍ତପାତର ରୂପ ନେଇଥିଲା  । ଯାହାକୁ ନେଇ ଦମ୍ପତ୍ତି ଏକ ବ୍ଲେଡରେ ଦୁଇ ଜଣ ଯାତ୍ରୀଙ୍କ ତଣ୍ଡି କାଟି ଦେଇଛନ୍ତି । ଆହତଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗୁରୁତର ଯାତ୍ରୀ ଦୁଇଜଣ ନାଗେଶ୍ବର ବେହେରା ଏବଂ ବି.ଚନ୍ଦ୍ରଶେଖର ରାଓ ବୋଲି ଜଣାପଡିଛି  । ଜଣଙ୍କର ଘର ବ୍ରହ୍ମପୁର ହୋଇଥିବାବେଳେ ଅନ୍ୟ ଜଣଙ୍କ ଘର ଆନ୍ଧ୍ରରେ ବୋଲି ଜଣାପଡିଛି  । ନାଗେଶ୍ବର ଓ ଚନ୍ଦ୍ରଶେଖରଙ୍କ ସମେତ ଉକ୍ତ ଦମ୍ପତ୍ତି ବି ଟ୍ରେନର ଗୋଟିଏ ବଗିରେ ବସିଥିଲେ  । ସିଟକୁ ନେଇ ପାଟିତୁଣ୍ଡ ହୋଇଥିବା ଜଣାପଡିଛି  । ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି  । ଏବଂ ଅଭିଯୁକ୍ତ ଚଗଲା ଏବଂ ତାଙ୍କ ପତ୍ନୀଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି  ।

Leave A Reply

Your email address will not be published.