Latest Odisha News

BREAKING NEWS

ଭାଷା ଭାଗବତ : କଳାର ବିଭକ୍ତୀକରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଶାସ୍ତ୍ରୀୟ, ଲୌକିକ, ଚଳିତ
ତିନିଟି ସୋପାନରେ ସ୍ଥିତ
ବିଶ୍ବର କଳାକୃତିମାନ
ବୁଝିବା ଅଟେ ପ୍ରୟୋଜନ

ସାହିତ୍ୟ, ଗୀତ ଓ ସଂଗୀତ
ଚିତ୍ରାଂକନ, ଭାସ୍କର୍ଯ, ନୃତ୍ଯ
ଭଳି ରହିଛି ଯେତେ କଳା
ଏହି ତିନି ଛାଂଚରେ ଢଳା

ଶାସ୍ତ୍ରୀୟ ଶିକ୍ଷା ଲୋଡ଼େ ଗୁରୁ,
ନିଜେ ଅଭ୍ୟାସ କରୁଁ କରୁଁ
ଲୌକିକ-କଳା ଧୁରଂଧର
ହୁଅଂତି ନାରୀ ଆଉ ନର

ଉଭୟ ଅଯୋଗ୍ୟ, ସୁଯୋଗ୍ୟ
କରଂତି ନୂତନ ପ୍ରୟୋଗ
ବୋଲାଇଥାଂତି ‘ ସାଂପ୍ରତିକ ‘
କରଂତି କଳାକୁ ସାର୍ଥକ

ଏ ତିନି ମଧ୍ୟରେ ବିବାଦ
ବଢ଼ିଲେ ହୁଏ ହାସ୍ୟାସ୍ପଦ
କଳାସାଧନାକାରୀ ଲୋକ
ନିଅଂତିନାହିଁ କେଉଁ ପକ୍ଷ

ଆପଣା ସାଧନାରେ ରତ
ରହିଲେ ହୁଅଂତି ଆଦୃତ
କଳାର ବିଭକ୍ତୀକରଣ
ଆଡ଼କୁ ନିଅଂତିନି ମନ

ଯେ ଯାହା ରୁଚି ଅନୁସାରୀ
ହୋଇଲେ ଜନହିତକାରୀ
ପାଆଂତି ଚିହ୍ନରା ଗ୍ରାହକ
ଅଥବା ଆତୁର ସ୍ତାବକ

ସର୍ବକଳାର ସମାବେଶ
ସଂସ୍କୃତି କରିଲେ ପ୍ରକାଶ
ଭାଷା, କଳା ହୁଏନି ନାଶ
ଅନେକେ କରଂତି ବିଶ୍ବାସ

କଳା ନୁହେ ବିବାଦ ସ୍ଥଳ
ତେଣୁ ଯୋଗାଏ ଅଂତର୍ବଳ
ସବୁ ପ୍ରକାର କଳାକୃତି
ଯୋଗୁଁ ଉନ୍ନତ ହୁଏ ଜାତି

Leave A Reply

Your email address will not be published.