Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ସୂର୍ଯ୍ୟ ପୂଜାର ନୀତି

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

BjdElectrycity

ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ଅନୁଷ୍ଠିତ ସୂର୍ଯ୍ୟ ପୂଜାର ସମ୍ପୂର୍ଣ ରୀତିନୀତି ଆଲୋଚନା କରିବା। ପୂଜକ ଆସନରେ ବସି ଅର୍ଘ୍ୟ ସଂସ୍କାର ସହ ଆସନ ଶୁଦ୍ଧିଠାରୁ ମାତୃକାନ୍ତ କରନ୍ତୁ। ଏହାପରେ ମୂଳ ମନ୍ତ୍ର ନ୍ୟାସ “ପ୍ରୟୋଜନତିଳକ ମନ୍ତ୍ରସ୍ୟ ବ୍ରହ୍ମା ଋଷିଗାୟତ୍ରୀ ଛନ୍ଦ, ସୂର୍ଯ୍ୟଦେବତା ପୂଜାୟାଂ ବିନିଯୋଗ ।” ଏହାପରେ ପୂଜକ ସ୍ୱଅଗ୍ର ଭାଗରେ ବାମ ପାର୍ଶ୍ଵ ଭୂମିରେ ଚନ୍ଦନ ଦ୍ୱାରା ତ୍ରିକୋଣ ଓ ତାହା ଉପରେ ଷଟକୋଣ ବୃତ୍ତ ଓ ଚତୁରୁସ୍ର ଚତୁଦ୍ୱାର ଅଙ୍କନ କରିବେ।

ଓଁ ଆଧାର ଶକ୍ତୟେ ନମଃ, ଉଚ୍ଚାରଣ କରି ମଣ୍ଡଳ ଉପରେ ଫୁଲ ଚନ୍ଦନ ଦେବେ। ଓଁ ହ୍ରିଂ କହି ଶଙ୍ଖ ବଇଠି ଧୋଇ ଉପରେ ରଖିବେ। ଓଁ ମଂ ଦଶକଳାତ୍ମନେ ବହ୍ନି ମଣ୍ଡଳାୟ ନମଃ
କହି ଶଙ୍ଖ ବଇଠି ଉପରେ ଚନ୍ଦନ ଫୁଲ ଦେବେ। ଏହା ପରେ ସ୍ନାନ ବିଧି, ପୁଷ୍ପାଞ୍ଜଳି ପ୍ରଦାନ । ଓଁ -ଆଗଛ ଭଗବାନ ସୂର୍ଯ୍ୟ ସୁରାସୁର ନମସ୍କୃତ ଯାବତ ତ୍ବାଂ ପୂଜୟିଷ୍ୟାମି ତାବତ ତ୍ୱଂ ସୁସ୍ଥିରୋଭବ, ଓଁ ହ୍ର ସଙ୍ଗୋପlଙ୍ଗlୟ, ସପରିବାରlୟ ସାୟୁଧାୟ ସବାହାନାୟ ଶ୍ରୀ ସୂର୍ଯ୍ୟାୟ ନମଃ. ଏଭଳି ଆବାହନ, ସଂସ୍ଥାପନ, ସନ୍ନିଧାନ, ସନ୍ନିରୋଧନ, ସକଳୀକରଣ, ଅବଗୁଣ୍ଠନ, ଧେନୁମୁଦ୍ରା, ଅମୃତ୍ତିକରଣ, ମହାମୁଦ୍ରା ପରମୀକରଣ ଏହି ଦଶ ମୁଦ୍ରା ପ୍ରଦର୍ଶନ ପୂର୍ବକ ଧୂପ ଦୀପ ଇତ୍ୟାଦି ପ୍ରଦାନ ପୂର୍ବକ ଶେଷରେ ନୈବେଦ୍ୟ ପ୍ରଦାନ କରିବେ। “ଓଁ ହ୍ରାଂ ସୂର୍ଯ୍ୟାୟ ସlଙ୍ଗୋପାଙ୍ଗାୟ ସପରିବାରlୟ ସାୟୁଧାୟ ସବାହନାୟ ନୈବେଦ୍ୟଂ ସ୍ୱାହା “ମନ୍ତ୍ରରେ ନୈବେଦ୍ୟ ପ୍ରଦାନ କରିବେ. ନୈବେଦ୍ୟ ପରେ ଅଚମନ ଏହାପରେ ତମ୍ବୁଳ ଓ ପୁଷ୍ପାଞ୍ଜଳି ପ୍ରଦାନ ଓ ନମସ୍କାର, ଏଗୁଡିକର ମନ୍ତ୍ର ଆଗାମୀ ଅଧ୍ୟ୍ୟାୟରେ ଜାଣିବା ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।

କର୍ମର ମତେ ଦୁଃଖ ସୁଖ
ଜନ୍ମ ମରଣ ହୋଏ ଦେଖ।
କର୍ମଟି ଦୁଃଖସୁଖ ଦାତା
ବିଶ୍ୱ ସଂସାରେ ବଲବନ୍ତା।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.