Latest Odisha News

BREAKING NEWS

ଭାଷା ଭାଗବତ : ଲିପି ପ୍ରତି ଭୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୦ 

BjdElectrycity

ଭାଷାରେ ଯାହା ବି ଜଟିଳ
ସେ ସବୁ କରିବା ସରଳ
ଯାହା ବି ରହିଛି ବିସ୍ତୃତ
ସେ ସବୁ କରିବା ସଂକ୍ଷିପ୍ତ

ଶିକ୍ଷଣ ଗତି ହେଲେ ଦ୍ରୁତ
ଶିକ୍ଷାର୍ଥୀ ହେବେ ଉପକୃତ
ବଢ଼ିବ ଭାଷାର ମହତ୍ତ୍ବ
ଗୁରୁତ୍ବ ହେବ ପ୍ରତିଷ୍ଠିତ

ଲିପି ପ୍ରତି ନ ଥିଲେ ଭୀତି
ଲିଖନ କରିବ ଉନ୍ନତି
ଏହା ତ ସର୍ବଜଣା ସତ
ଶୁଣାଯାଏନି ଭିନ୍ନ ମତ

କାମନା ଛାଡ଼ି କଲେ କାମ
ତା ହୁଏ ସତେ ଅନୁପମ
କଳ୍ପନା ଭାବନାରେ ବୁଡ଼ି
ନ ରହୁଁ ଏତେ ତଳେ ପଡ଼ି

ଆମର କୁଂଠା ଲାଜ ଡର
ଯୋଗୁଁ ଏ ଅବସ୍ଥା ମନର
ଏବେ ବି ହୋଇଲେ ତତ୍ପର
ମିଳିବ ସର୍ବ ଉପକାର

ଯାହା ବି ଅଟେ ଧାରାଚ୍ୟୁତ
ତାହା ହୋଇଲେ ବ୍ୟବହୃତ
ଭାଷା ହୁଏନି ଶୃଂଖଳିତ
ବଢ଼େନି ତାହାର ମହତ୍ତ୍ୱ

ଅଭିଧାନରୁ ଶବ୍ଦ ଆଣି
ପୃଷ୍ଠାରେ ଦେଲେ ସୁଦ୍ଧା ବୁଣି
ହୁଏନି ବୋଧ୍ୟତା ଉତ୍ପନ୍ନ
ବୁଝଂତିନାହିଁ ଜନଗଣ

ଲୋକଭାଷାରୁ ହୋଇ ଦୂର
ସୁଜ୍ଞାନୀ ପଂଡିତ ପ୍ରବର
କହଂତି ଯେଉଁପରି କଥା
ବୁଝିପାରେନି ଲୋକ ମଥା

ଲଗାଇ ଅମୂଲ୍ୟ ସମୟ
ଆତ୍ମତୃପ୍ତିକୁ କରି ଧ୍ୟେୟ
କହି ବା ଲେଖିଦେଲେ ଭାଷା
ବଢ଼ାଇ ପାରିବନି ଆଶା

ସାହିତ୍ୟ ନୁହଇ ବିଳାସ
ଏ କଥା କରିଲେ ବିଶ୍ବାସ
ଭାଷା ବି ହୋଇବ ସରଳ
ଆମର ଅଂତର୍ଗତ ବଳ

ଯେଉଁ ଶବ୍ଦ ଶୁଣିନି କାନ
କେହି କରେନି ଉଚ୍ଚାରଣ
କରିଲେ ତାହାର ଲିଖନ
ବଢ଼େ ଅଲୋଡ଼ା ବ୍ୟବଧାନ

ସରଳ ଭାଷା ଉଚ୍ଚ ଚିଂତା
ବଢ଼ାଏ ସାହିତ୍ୟ ମହତ୍ତା
ଭାଷା ଉପରେ ରହେ ଆସ୍ଥା
ଅଭିନ୍ନ ଲେଖା ଆଉ କଥା

 

Leave A Reply

Your email address will not be published.