Latest Odisha News

BREAKING NEWS

ଭାଷା ଭାଗବତ : ଶୂନ୍‌ର ସ୍ବରୂପ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୧

O o °
ଏପରି ବୃତ୍ତ ହିଁ ଆଧାର
ସ୍ବଭାଷା ଲିପିର ଅକ୍ଷର
ଲକ୍ଷ୍ୟ କରଂତୁ ବଂଧୁଗଣ
ନାହିଁ ଏହାର ନିବାରଣ

୦ … ଚ ଟ ଗ ର ଛ ଝ
ଖ ଶ ଥ ଋ ବ କ
ଏହି ବାରଟି ବର୍ଣ ଶିକ୍ଷା
ଦିଏ ଶବ୍ଦ ଗଠନ ଦୀକ୍ଷା
… ଚକ ରଥ ଓ ଝର ଶର
ବକ ବଟ ଓ ବର କର
ଖଟ ରଖ ଓ ଛକ ରବ
ଟଗର ଗଛର ଶବ
ଖବର କବର ଗବ

°
ଶୂନ୍‌ ଅଟେ ବର୍ଣଭେଦ ଚିହ୍ନ
ଡ ଙ ଓ ପ ଫ ଦେଖି ଜାଣ

°°
ଦୁଇଟି ଶୂନ୍‌ ଏକ ସଂଗେ
ଦେଖଂତୁ ରହେ କେତେ ଢଂଗେ
… ଛ ଚ୍ଛ ଇ ଈ ଚ୍ଚ ଟ୍ଟ ଙ୍କ ଙ୍କ
… ଙ୍ଖ ଙ୍ଗ ନ୍ଥ ଶ୍ଛ ଷ୍ଠ

କେତେକ ଅଧା ଗୋଲାକାର
ଅକ୍ଷର ହୁଏ ବ୍ୟବହାର

…. ଦ ହ ଦ୍ଦ ଘ ଅ ଆ ଳ
…. ଲ ଦ୍ଧ ତ ଡ ଡ଼ ଢ ଢ଼

ଓଡ଼ିଆ ଲିପି ଗୋଲାକାର
ଶୂନ୍‌କୁ କରଇ ସ୍ୱୀକାର
ଦେଖୁଛୁଁ ଶୂନ୍ୟର ସ୍ୱରୂପ
ତେବେ ବି ତାହାକୁ ବିଦ୍ରୂପ

କରଂତି ଭାଷାଜ୍ଞାନୀମାନେ
ମହତ୍ତା ବୁଝଂତିନି ଦିନେ

ଅନୁସ୍ୱାର ତ ଅଟେ ଶୂନ
କରେ ସମସ୍ୟା ସମାଧାନ
ବଳିଷ୍ଠ କରେ ବର୍ଣମାଳା
ଲିପିକୁ ଯୋଗାଏ ଶୃଂଖଳା

ସ୍ୱଭାଷା ଅଟେ ଶୂନ୍ୟମୟ
କିଆଁ କରିବା ତାକୁ ଭୟ ?

ସଂଖ୍ୟାଗୁଡ଼ିକ ଶୂନ୍‌ ଭରା
ଅନେକ ଶୂନ୍‌ର ପସରା
୭ ୫ ୪ ୦ ୩ ୨ ୧
ପ୍ରତ୍ୟକଟିରେ ଶୂନ୍‌ ଦେଖ

କ୍ତ ପ୍ତ ସ୍ତ ଣ୍ଡ ଣ୍ଢ ବର୍ଣମାନ
ଶୂନ୍ୟାଂଶ କରଂତି ଧାରଣ
କୁ ଖୁ ଗୁ ଯେତେକ ଅକ୍ଷର
ଶୂନ୍‌ ଅଂଶ ହୁଏ ବ୍ୟବହାର

‘ କେବେକେବେ ‘ ରେ ଆଠ ଗୋଟି
ଶୂନ୍‌ ଅଛି, ସଫା ଦିଶୁଛି ଟି?
ଶୂନ୍‌କୁ ଛାଡ଼ିଦେଲେ ଭାଷା
କାହାକୁ କରିବ ଭରସା ?

ଯେତେ ସୁସ୍ପଷ୍ଟ ହୁଏ ଲିପି
ସେତେ ଚଂଚଳ ଯାଏ ବ୍ୟାପି
ଅନୁସ୍ୱାରକୁ ଦେଉଁ ପ୍ରୀତି
ଘଟାଉଁ ଭାଷାର ଉନ୍ନତି

 

Leave A Reply

Your email address will not be published.