Latest Odisha News

BREAKING NEWS

ଭାଷା ଭାଗବତ : ଦେଶୋନ୍ନୟନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ

ଯାହାକୁ କରିବ ବିରୋଧ
ସେ ହେବ ଅଧିକ ସମୃଦ୍ଧ
ଧନୀକୁ ବିରୋଧ କରିବ
ସେ କେବେ ହେବନି ଗରିବ

ଜ୍ଞାନୀଂକୁ କରିଲେ ବିରୋଧ
ହୁଅଂତି ନିଶ୍ଚିଂତ ପ୍ରବୁଦ୍ଧ
ଏହା ତ ଜନମନସ୍ତତ୍ତ୍ବ
ହୋଇସାରିଛି ପ୍ରମାଣିତ

ଈର୍ଷାଳୁ କରିଲେ ବିରୋଧ
ଦେଖାଇଲେ ବି ଶୁଷ୍କ କ୍ରୋଧ
କରିଜାଣେନି ଅବରୋଧ
ବୁଝେନି ସେ ନିଜେ ଅବୋଧ

ବିରୋଧୀ ଦେଉଥାଂତି ଗାଳି
ନିଜର ଜିଭ ନ ସଂଭାଳି
ସର୍ବତ୍ର ବୋଲାଂତି କଳିହା
ସର୍ବଦା ପୋଡ଼େ ତାଂକ ହିଆ

ଅଭିଜ୍ଞତା ନ ଥାଇ କଥା
କହିଲେ ଅଧିକ ଅଯଥା
ଜଣା ପଡ଼େ ବିଭ୍ରାଂତ ମଥା
କରିପାରେନି ସ୍ପଷ୍ଟ ଚିଂତା

ନେତାଏ ବିକାଶ ପ୍ରତୀକ
ବନିଲେ, ନିର୍ବିବେକ ଲୋକ
ହୋଇଯାଆଂତି ଆପେ ମୂକ
ନିରବେ ବିବେକ ଘାତକ

ବିରୋଧୀ ହେବେ ଏକମନା
ଏହା ତ ନିଷ୍ଫଳା କଳ୍ପନା !
ଯେତେ ଯାହା ପଡ଼ୁଛି ଜଣା
କା ସଂଗେ କାହାର ପଟେନା

ଯେ ମଣେ ନିଜକୁ ବିକଳ୍ପ
କହେ ଅଧିକ, କରେ ଅଳ୍ପ
ତାହା ହିଁ ହୁଏ ତା ଦୁର୍ଗୁଣ
ମିଳେନି ସୁସ୍ପଷ୍ଟ କାରଣ

ସମତା ହୋଇଲେ ତାମସ
ଓଲଟି ଯାଇପାରେ ଦେଶ
ସ୍ଥିତି ଏପରି ହେଲେ ଏବେ
ଦେଶୋନ୍ନୟନ ହେବ କେବେ ?

Leave A Reply

Your email address will not be published.