Latest Odisha News

ଭାଷା ଭାଗବତ : କଠିନ, ସରଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ଭାଷା କରିବା କଷ୍ଟକର
ଅତ୍ୟଂତ ସହଜ ବ୍ୟାପାର
ନିର୍ମଳ ଆଉ ସ୍ବାଭାବିକ
ହୁଅଂତୁ ଆମର ଲେଖକ

ମିଳିବ ପୁନଶ୍ଚ ଆଦର
ମନରୁ ଉଭେଇବ ଡର
ଦେଖାଉଥିଲେ ଶବ୍ଦ-ଜ୍ଞାନ
ସ୍ବଭାଷା ହୋଇବ ନିଶ୍ଚିହ୍ନ

ଏମିତି ଲେଖିବା କଠିନ
ସଂଧି ସମାସ ଆଦିରେ ଥିବା ସୂତ୍ର ମାନି ଅନେକ ନୂଆ ଶବ୍ଦ ଗଢ଼ି ହୁଏ।
ବୁଝଂତି ଜ୍ଞାନୀ ଓ ଅଜ୍ଞାନ
………………………….

ଏମିତି ଲେଖିବା ସହଜ
ସଂଧିସମାସାଦ୍ୟୁକ୍ତସୂତ୍ରାଦ୍ୟବଲଂବନପୂର୍ବକନବୀନୋଦ୍ଭାବିତଶବ୍ଦଗଠନଅବଶ୍ୟଂଭାବୀ।
ବୁଝେନି ପାଠକ ମଗଜ

ଯାହାଂକ ଯାହା ହୁଏ ମନ
କରଂତି ସେପରି ଲିଖନ
ଘଟିଲେ ଘଟୁ ପ୍ରତି ଦିନ
ଉତ୍‌ଥାନ ନୋହିଲେ ପତନ

ସଭିଏଁ ହେଲେ ଉଦାସୀନ
ହୁଏନି ବିକାଶ, ବର୍ଧନ
ଏହା ହେଲେ ହେଁ ମୂଳ କଥା
ମାନିନେଉନି ଆମ ମଥା

Leave A Reply

Your email address will not be published.