ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଚକ:ଛକ ଓ ଚୋଟ:ଛୋଟ
ପ୍ରଭେଦ ହୋଇଗଲେ ନଷ୍ଟ
ଚାଲ:ଛାଲ ଓ ଚାପ:ଛାପ
ପାର୍ଥକ୍ଯ କରିଲେ ବିଲୋପ
ଗୁଂଡାଟି ଲୋକକୁ ଚେଚୁଚି
ଲୋକଟି ଲୋତକ ପୋଚୁଚି
କଦଳୀ ବଢ଼ିଆ ପାଚିଚି
ଖାଇଲେ ପାଟିକୁ ରୁଚୁଚି
ଯେନକେନ ଏଠି ବଂଚିଚି
ଭଲମଂଦ କିଏ ବାଚୁଚି
ଏମିତି ଲେଖାହେଲେ ଭାଷା
ଭାଂଗିବ ବିଶ୍ବାସ, ଭରସା
ମୌଳିକ ବର୍ଣମାଳାଶ୍ରୟୀ
ଭାଷାର ସୂତ୍ର ଅନୁଯାୟୀ
ଏ ଭାଷା ଚଳେ, ଏହା ଜଣା
ମିଚେ ହେଉଚୁଁ ବାଟବଣା
ମିଛେ ହେଉଛୁଁ ବାଟବଣା
ଅତି ଅଧିକ ଯୁକ୍ତାକ୍ଷର
ଯୋଗୁଁ ଏ ଭାଷା ବ୍ୟବହାର
କ୍ରମଶଃ ପାଉଅଚି ହ୍ରାସ
କ୍ରମଶଃ ପାଉଅଛି ହ୍ରାସ
ତେବେ ବି ଲେଖକେ ଉଦାସ
ଏବେ କରିବା ଟିକେ ଚିଂତା
ହେବ କିପରି ଅବ୍ୟବସ୍ଥା
ପୋଚ:ପୋଛ ଓ ପିଚା:ପିଛା
ସମାର୍ଥ ନୁହେ ମନଇଚ୍ଛା
ମୌଳିକ ବର୍ଣ ବିଲୋପନ
ଯୋଗୁଁ ପାଠକେ ହଇରାଣ
ହୁଅଂତି, ଏହି ମୂଳ ଜ୍ଞାନ
କରିବା ମନରେ ସ୍ଥାପନ
ଲେଖକେ ହେଲେ ସ୍ବେଚ୍ଛାଚାରୀ
ହୁଅଂତି ସ୍ବଭାଷା-ସଂହାରୀ
ଏହି ବିଚାର ମନେ ଧରି
ହୋଇପାରିବା ଉପକାରୀ
ଅଯଥା ଭିନ୍ନ ହେବା ପାଇଁ
ଆଉ ଚେଷ୍ଟା କରିବାନାହିଁ
ସ୍ବଭାଷା ସମୂହ ସଂପତ୍ତି
କିଆଁ କରିବା ତା’ର କ୍ଷତି ?