ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଦୁଇଟି ଭାଷାର ମଧ୍ୟରେ
ଅଳ୍ପ ପାର୍ଥକ୍ଯ ଥାଇପାରେ
ତାହାକୁ କରିଲେ ପ୍ରଧାନ
ହୁଏନି କାହାର ଉତ୍ଥାନ
ସାଦୃଶ୍ୟ କରିଲେ କଳନା
ସତ୍ୟତା ପଡ଼େ ଶୀଘ୍ର ଜଣା
ଆମ ଦେଶର ଭାଷାବଳି
ସାଦୃଶ୍ୟ ବୁଝି ଥାଂତି ଚଳି
ସାମାନ୍ୟ ଆଂଚଳିକ ଭେଦ
ନୁହଇ ଭାଷାକୁ ବିପଦ
ସବୁ ଭାଷାର ସବୁ ଶବ୍ଦ
ଅଟଂତି ସଭିଂକ ସଂପଦ
ଭାଷାରେ ଭରା ସଂଭାବନା
ନାହିଁ ନିଷେଧ, କଟକଣା
ଗଢ଼ିଲେ ନୂଆ ନୂଆ ଶବ୍ଦ
ହୋଇବ ଚଂଚଳ ସମୃଦ୍ଧ
ପ୍ରତିବେଶୀ ଭାଷାର ଶବ୍ଦ
ନୁହଂତି ଅତ୍ୟଂତ ଦୁର୍ବୋଧ୍ୟ
ତେଣୁ କରିଲେ ବ୍ୟବହାର
ହାନି ତ ହୁଏନି କାହାର
ଭାଷାର ସଦ୍ୟତମ ଲେଖା
ହେଲେ ବାସ୍ତବତାର ସଖା
ସାହିତ୍ୟ ହୁଏ ଲୋକଗ୍ରାହ୍ୟ
ମନରେ ନ ରହୁ ସଂଦେହ
ଅନ୍ୟ ଭାଷାକୁ ନିଂଦା କରି
ବିକାଶ ହୁଏନି କାହାରି
ଉଦାରଚେତା ଜନଗଣ
କରଂତି ସବୁକୁ ଗ୍ରହଣ
ପୂର୍ବଲିଖିତ ବାକ୍ୟ, ପଦ
ହେଲେ ହେଁ ଗଚ୍ଛିତ ସଂପଦ
ଏବର ଆଗ୍ରହୀ ପାଠକ
ନୁହଂତି ତହିଁର ଗ୍ରାହକ
ଅନେକ ଫୁଲ, ଖିଏ ସୂତା
ଯୋଡ଼ିଲେ କିପରି ଏକତା
ହୁଏ, ତାହା ସଭିଏଁ ଦେଖୁଁ
ତେବେ ବି କିପାଇଁ ନ ଶିଖୁଁ ?
ବହୁତା ମଧ୍ୟରେ ଏକତା
ଭିନ୍ନତା ମଧ୍ୟରେ ସମତା
ସ୍ଥାପନ ପାଇଁ କଲେ ଚିଂତା
ତାହା ହିଁ ହୁଏ ବାସ୍ତବତା
Comments are closed.