କବିତା : ସ୍ୱପ୍ନର ସଂସାର

ପ୍ରସେନଜିତ ସେଠୀ

ମୁଁ ଶୋଇଯାଏ ଆପଣାର ଶେଯଟିଏ ପାରି
ରାତ୍ରିର ଘୋର ଅନ୍ଧକାରେ
କୋଠରୀରେ ଏକା ଏକା
କ୍ଳାନ୍ତ ଆଳସ୍ୟ ଶରୀରରେ
ନିଦ୍ରା ଦେବୀଙ୍କ ଆଗମନ।

ନିଦ୍ରା ଯେବେ ହୋଇଯାଏ ଘୋର, ଟିକିଏ ଜଟିଳ
ଆହାଃ କି ଆନନ୍ଦ! ସ୍ୱପ୍ନର ଘର
ଖୋଲିଦିଏ ପ୍ରତିଟି ଦୁଆର
କରିଦିଏ ମୋତେ ଆପଣାର
ଦେଖାଏ ସେ ଅଜଣା ସଂସାର।

ମୁଁ ଘୁରି ବୁଲେ ତାର ଇଙ୍ଗିତରେ
ସେହି ଅଜଣା ଦେଶରେ
ସେ କିଏ ଜାଣେ ନାହିଁ ତାକୁ
ତାର ପ୍ରତିଟି କଥାରେ
ଦିଏ ସମ୍ମତି ମୁଁ ତାକୁ
ହୋଇଯାଏ ମତୁଆଲା
ଦେଖୁଥାଏ ତା ଲୀଳା ସମ୍ଭାର।

ତା ଲୀଳା ଅତି ଭୟଙ୍କର
କେବେ ଲାଗେ ଅତି ଆପଣାର
କେବେ କରେ ଭୟର ସଞ୍ଚାର
ଆଉ କେବେ ହସାଏ ସେ
ନଚାଏ, ଖେଳାଏ ଅନେକ ରଙ୍ଗରେ
ହଠାତ୍ ନିଦ ଭାଙ୍ଗିଯାଏ, ସ୍ବପ୍ନ ସରିଯାଏ
ଶୁଣେ ଏଠି ଶୂନ୍ୟତାର ସ୍ଵର।

କିଏ ଜାଣେ କେଉଁଠି ସେ ସ୍ୱପ୍ନର ସଂସାର
ପ୍ରତି ଦିନ କରିବାକୁ ପଡେ ତା ପାଖେ ଗମନ
ତାର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ
ତାର ମାଧୁର୍ଯ୍ୟର ସୁରାପାନ କରି
ହଜାଇବାକୁ ଆପଣାର ପରିଚୟ
ହେଲେ କେ ପାଏ ତାର ଚିହ୍ନ ବର୍ଣ୍ଣ ।

ବାଲିଆ ,ଗୋପୀନାଥ ପୁର
ଜଗତସିଂହପୁର