Latest Odisha News

BREAKING NEWS

ଭାଷା ଭାଗବତ : ସଫଳ ଓଡ଼ିଆ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା 

ଘରକାମରୁ ତ୍ରାହି ନାହିଁ
ପରକାମକୁ ବେଳ କାହିଁ
କରିବ ପର ଉପକାର
ଏପରି ଇଚ୍ଛା ନାହିଁ କା’ର

ଯେ ଯାହା ଘରକାମେ ମଜ୍ଜି
କର୍ତବ୍ୟ ପାରଂତିନି ଖୋଜି
ଅଇଁଠା ଥାଳି, ଗିନା ମାଜି
ଚଳିବା ପାଇଁ ସଦା ରାଜି

ହାଟରେ ମୂଲାଇ ସଉଦା
ପଚା ପରିବା କରି ଗଦା
ଦେଖାଂତି ଗୃହସ୍ଥପଣିଆ
ଚଳାଂତି ସଂସାରୀ ଦୁନିଆ

ବଜାରୁ ଜିନିଷ, ପତର
କିଣିବା ପାଇଁ ଯେ ତତ୍ପର
କିଛି ବି କରେନି ତିଆରି
ଦ୍ରବ୍ୟରେ ଦିଏ ଘର ଭରି

ମୁଂଡରେ ନ ଥିଲେ ବି ବାଳ
ପାନିଆ କିଣେ ମାଳ ମାଳ
ଦେଖାଏ ଧନର ଔଦ୍ଧତ୍ୟ
ଏହା ହିଁ ତା’ର ମୂଳ ସତ୍ୟ

ମାଆଁ, ଗାଆଁ ଓ ମାଟି ଛାଡ଼ି
ଯାଏ ଯେ ଆସେନି ବାହୁଡ଼ି
ନିଜ ସହିତ ନିଜେ ଲଢ଼ି
ପାରେନି ପାଦେ ହେଲେ ବଢ଼ି

ଏପରି ସହସ୍ର ପ୍ରବାସୀ
ହୋଇଗଲେଣି ଭାଷା-ନାଶୀ
ଥିଲେ ହେଁ ଅଳପ ସାହସୀ
କାମ କରଂତିନାହିଁ ବେଶି

ଅନେକେ ହୋଇ ଖୁବ୍‌ ଖୁସି
ନିଜକୁ ଦିଅଂତି ସାବାସି
ନିଜକୁ ଦେଲେ ଜଣେ ବିକି
କିଛି ବି କରିପାରିବ କି ?

Comments are closed.