Latest Odisha News

ଭାଷା ଭାଗବତ : ନୂଆ ଜ୍ଞାନୋଦୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

 

ଯଂତ୍ର ବିନା ବି ବହୁ ତତ୍ତ୍ବ

ସେକାଳେ ହେଲା ଆବିଷ୍କୃତ

ଲୋକେ ହୋଇଲେ ଉପକୃତ

ଏହା ହିଁ ଆଦିମୂଳ ସତ୍ୟ

 

ଏହା ହିଁ ଜ୍ଞାନର ଆଧାର

ବିଜ୍ଞାନ ପ୍ରୟୋଗ-ନିର୍ଭର

ଜ୍ଞାନ ପାଇଁ ଲୋଡ଼ା ମନନ

ବିଜ୍ଞାନ ଲୋଡ଼େ ପରୀକ୍ଷଣ

 

ଯା’ ଥିଲା ପ୍ରଥମେ ‘ଦର୍ଶନ’

ତା’ପରେ ତା’ ହେଲା ‘ବିଜ୍ଞାନ’

ବଦଳିଯିବା ପରେ ନାମ

ମିଳିଲା ପୂର୍ବ ପରିଣାମ

 

ଏବେ ତ ହେଲାଣି ‘ପ୍ରଯୁକ୍ତି’

ବିଶ୍ବବ୍ୟାପୀ ପ୍ରବଳ ଶକ୍ତି

କରିହେଉନି ପ୍ରତିରୋଧ

ମାନିବା ପାଇଁ ସର୍ବେ ବାଧ୍ୟ

 

ପୂର୍ବ-ସ୍ଥାପିତ ଯେତେ ଜ୍ଞାନ

ନିମଂତେ ଦେଖାଇ ପ୍ରମାଣ

କରିବେ ପୁନଃପ୍ରତିଷ୍ଠିତ

ନାହାଂତି ସେହି ଜ୍ଞାନଦୂତ

 

ଗୋଟିଏ ଭାଷାର ପ୍ରାଧାନ୍ୟ

ଏଯାଏଁ ହୋଇନାହିଁ ନ୍ୟୂନ

ତେଣୁ ଘଟୁନି ସମନ୍ବୟ

ଅଥବା ନୂଆ ଜ୍ଞାନୋଦୟ

 

ପ୍ରଫଲ୍ଲ କୁମାର ତ୍ରିପାଠୀ

Leave A Reply

Your email address will not be published.