ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
କଷ୍ଟ ଟିକିଏ ହେଉଥିଲେ
ଲେଖଂତିନାହିଁ କେବେହେଲେ
ବାଂଟିଲେ ବଢ଼ୁଥାଏ ଜ୍ଞାନ
ଅଥଚ କମୁଥାଏ ଧନ
ଶିଖିଲେ ଦିଏଁ ମୁଁ ଶିଖାଇ
ଶୁଦ୍ଧ ଓ ଅଶୁଦ୍ଧ ଦେଖାଇ
ମୁଁ ନିଜେ ପ୍ରଥମ ପାଠକ
ତେଣୁ ହୁଏଁ ମୁଁ ସଂଶୋଧକ
ଭାଗ୍ୟ ବଳରେ ଯାହା ମିଳେ
ଅଧିକ ବେଳ ତା ନ ଚଳେ
ବାରଂବାର ଆସେନି ଭାଗ୍ୟ
ଚିରଂତନ ନୁହେ ସୌଭାଗ୍ୟ
କର୍ମ କରି ଯେ ପାଏ ତୃପ୍ତି
ଲୋଡ଼େନି ବିପୁଳ ସଂପତ୍ତି
ଅଳପ ପାଇ ସୁଖେ ଚଳେ
ନିଜର ବୁଦ୍ଧି, ଜ୍ଞାନ ବଳେ
ଭାଗ୍ୟରେ ଥିଲେ ମିଳେ ଯଶ
ନାହିଁ ଜ୍ଞାନର ମୂଳ, ଶେଷ
ଜ୍ଞାନାଶ୍ରୟୀ ଯେ କେହି ଲୋକ
ଦେଖେ ସଦା ଆନଂଦାଲୋକ
ସଂତୁଷ୍ଟ ହୋଇ କଲେ କାମ
ମିଳଇ ଭଲ ପରିଣାମ
ସର୍ବମଂଗଳ ହୋଇଥାଏ
କର୍ତା ନିଶ୍ଚେ ଆନଂଦ ପାଏ
ସୁକୃତି ଛାଡ଼ିଯାଏ ସ୍ମୃତି
ହୁଏନି ଲାଭ କିଂବା କ୍ଷତି
ସର୍ଜନଶୀଳ ଜଣେ ବ୍ୟକ୍ତି
ଆହରେ ଅଂତରରୁ ଶକ୍ତି
ଯାହାର ଯେଉଁ ଅନୁରାଗ
ତହିଁରୁ ପାଏ ନିଜ ଭାଗ
ସଂସାର କରେ ଦିନେ ତ୍ୟାଗ
ଏହା ହିଁ ଜୀବନ ସରାଗ
ସରଗ ଅଟେ କାଳ୍ପନିକ
ସରାଗ ଶୁଦ୍ଧ ବାସ୍ତବିକ
ସରାଗ ସହ ରହେଁ ଜିଇଁ
ସରଗ ଯିବା ଇଚ୍ଛା ନାହିଁ
Comments are closed.