Latest Odisha News

BREAKING NEWS

ଭାଷା ଭାଗବତ : ଦେହ ଆମର ଶବ୍ଦଘର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୫ 

 

ଦେହରେ ବହୁ ଶବ୍ଦ ଅଛି
ତହିଁରୁ କେତେଗୋଟି ବାଛି
ବର୍ଣରେ ସ୍ବରଯୋଗ ଜ୍ଞାନ
ପିଲାଂକୁ କରିବା ଅର୍ପଣ

ନଖ ଓଠ ଓ ଚମ ଲେଖ
ମାତ୍ରା ନୁହଇ ଆବଶ୍ଯକ
ଏପରି ଅବନା ଅକ୍ଷର
ଶିଶୁ ଲେଖିବା ଶିଖୁ ଶୀଘ୍ର

ହାତ ପାଦ ଓ କାନ ଗାଲ
କାଖ ଗଳା ଓ ହାଡ଼ ବାଳ
କପାଳ ଦାଢ଼ି ଆଉ ନାକ
ଦିଶିବ ଆ-କାର ଅନେକ

ଛାତି ପିଠି ଓ ଜିଭ ପାଟି
ଇ-କାର ଦିଶୁଛି ପାଂଚଟି
ଆଂଗୁଠି ଆଂଠୁ ଓ କହୁଣି
ମୁଂଡ ମୁହଁ ଓ ତୁଂଡ ପୁଣି

ପାପୁଲି ଶବ୍ଦରେ ଉ-କାର
ରହିଛି, ଗଣ ସାତ ଥର
ପେଟ ଓ ବେକରେ ଏ-କାର
ଗୋଡ଼ ଓ ଥୋଡ଼ିରେ ଓ-କାର

ଲେଖିବା ପାଇଁ ଛାଡ଼ ଡର
ଆଇଉ ଏଓ ପାଂଚ ସ୍ବର
ହୁଏ ଅଧିକ ବ୍ୟବହାର
ସହଜେ କର ଅଧିକାର

ଏ ଦେହ ଅଟେ ଶବ୍ଦଘର
ତହିଁରୁ ଲିପି ଶିକ୍ଷା କର
ତା’ପରେ ଘର ପରିବାର
ବୁଝିବ ଏ ସାରା ସଂସାର

Leave A Reply

Your email address will not be published.