ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ବିଶ୍ବାସ ବଳେ ଚଳେ ବିଶ୍ବ
ତାହା ନ ଥିଲେ ସର୍ବେ ନିଃସ୍ବ
ଯେ ନିଏ ମିଥ୍ୟାର ଆଶ୍ରୟ
ତା ମନେ ବାସ କରେ ଭୟ
ଧରାପଡ଼ିଯିବ କି କେବେ କାଳେ
ଏ ଚିଂତା ମନେ ମନେ ଭାଳେ
ମନ ହୋଇଲେ ସଦା ଘାଂଟି
ବିଶ୍ବାସ ଯାଏ ଶୀଘ୍ର ତୁଟି
ହେଲେ ସତ୍ୟର ସହଚର
ମନରେ ରହେନାହିଁ ଡର
ଆତ୍ମବିଶ୍ୱାସ ଦୃଢ଼ତର
କରିଲେ ହୁଏ ଉପକାର
ସ୍ରଷ୍ଟାଂକ ସାମର୍ଥ୍ୟ ଓ ଶକ୍ତି
ଧାରଣ କରିଛି ପ୍ରକୃତି
ତାହା ସହିତ ସମନ୍ବୟ
ରଖିଲେ ଘଟେ ସର୍ବୋଦୟ
ଆଜୀବନ ଯେ ଧୈର୍ଯଧାରୀ
ସ୍ବୈଚ୍ଛିକ କାମ ପାରେ ସାରି
ଜଳେନି ଫୁଲଝରି ପରି
ଦୀପଟେ ହୁଏ ଇଚ୍ଛା କରି
ଦୃଷ୍ଟିର ଆଢ଼ୁଆଳେ ରହି
ଈର୍ଷା ଓ କୁତ୍ସା ପାରେ ସହି
ହୁଏ ସେ ସଂକଳ୍ପ ଚାଳିତ
ବିକଳ୍ପ ଚିଂତେନି ତା ଚିତ୍ତ
ନ ଚାହିଁ କାହା ଅବନତି
କରିଲେ ନିଜର ଉନ୍ନତି
ମିଳେ ଯାହାକୁ ପରିତୃପ୍ତି
ସିଏ ହିଁ ସର୍ବୋତ୍ତମ ବ୍ୟକ୍ତି
ଗୋଟିଏ ଗୋଷ୍ଠୀ ଦେଇ ଛାଡ଼ି
ଅନ୍ୟ ଗୋଷ୍ଠୀରେ ହେଲେ ଯୋଡ଼ି
ବଦଳିଯାଏନି ବ୍ୟକ୍ତିତ୍ବ
ହୃଦୟଗଂମ ହେଉ ସତ୍ୟ
ଏକାକୀ ହେବାକୁ ନ ଡରି
ଯେ ଚଳେ ନିଜ କାମ କରି
ତାହାର ସୀମିତ ବଳୟ
ତାହାକୁ କରଇ ନିର୍ଭୟ
ବିଜୟ ଅବା ପରାଜୟ
ନ ହେଲେ ଚିଂତାର ବିଷୟ
କାମ କରିଲେ ମିଳେ ତୃପ୍ତି
ତାହା ହିଁ ସର୍ବଶ୍ରେଷ୍ଠ ପ୍ରାପ୍ତି
ମାଟିର ଅପବ୍ୟବହାର
ଯୋଗୁଁ କଂପନ ବାରଂବାର
ହୁଏ ଅତ୍ୟଂତ ଭୟଂକର
ଭୋଗି ଚାଲିଛି ଏ ସଂସାର
ଜଳର ଧାରା ନିୟଂତ୍ରଣ
କରିବା ଯୋଗୁଁ ଅକାରଣ
ଘଟୁଛି ବଢ଼ି ଓ ମରୁଡ଼ି
ବୃକ୍ଷାଦି ପଡ଼ଂତି ଉପୁଡ଼ି
ବାୟୁକୁ କରିଲେ ଦୂଷିତ
ପୃଥିବୀ ହୁଅଇ ମୂର୍ଛିତ
ଅକାଳେ ପ୍ରାଣୀକୁଳ ମୃତ
ହେବା ତ ନୁହଇ ବିହିତ
ଅଗ୍ନି ସର୍ବତ୍ର ବିଦ୍ୟମାନ
ରହିଲେ ପୃଥ୍ବୀରେ ଜୀବନ
ହୁଏ ଯେହେତୁ ଟଳମଳ
ଅଲୋଡ଼ା ନିଆଁ ସହ ଖେଳ
ମହାକାଶରେ ମାଳ ମାଳ
ଯଂତ୍ରାଦି ହୋଇଛଂତି ଠୁଳ
ହୁଏ ସର୍ବଦା ଗଂଡଗୋଳ
କାହାକୁ ମିଳେନି ସୁଫଳ
ମଣିଷ ହୁଏ ଯଦି ଅଜ୍ଞ
ହେବାକୁ ସଦା ସ୍ଥିତପ୍ରଜ୍ଞ
ସଂଭାଳି ପାରେନାହିଁ ନିଷ୍ଠା
ଫଳଦାୟୀ ହୁଏନି ଚେଷ୍ଟା
ସମୟ ସଭିଂକ ସମାନ
ଇଚ୍ଛା କେବଳ ଭିନ୍ନ ଭିନ୍ନ
ଇଚ୍ଛାକୁ ନ କରିଲେ କାର୍ଯ
ଆପଣା ଛାଏଁ ଭାଂଗେ ଧୈର୍ଯ
ପ୍ରକୃତି ସହ କଲେ ଯୁଦ୍ଧ
ପ୍ରଗତି ମାର୍ଗ ଅବରୁଦ୍ଧ
ହେବାର ଅନେକ ପ୍ରମାଣ
ଦେଖାଂତି ନଦୀ, ଗିରି, ବନ
ଏ ସବୁ ଦେଖି ପ୍ରତି ଦିନ
ଯଦି ବଦଳୁନାହିଁ ମନ
ଏବେ ହେଲାଣି ଆତ୍ମଘାତୀ
ବିଶ୍ବରେ ଏ ମଣିଷ ଜାତି
ସଭିଏଁ ହେଲେ ଉଗ୍ରପଂଥୀ
କିପରି ଘଟିବ ଉନ୍ନତି ?
ଏ କଥା କଲେ ଏବେ ଚିଂତା
କେହି ହେବାନି ଆତ୍ମହଂତା
ବିଶ୍ବାସ ବଳେ ଚଳେ ବିଶ୍ବ
ତାହା ନ ଥିଲେ ସର୍ବେ ନିଃସ୍ବ
ଯେ ନିଏ ମିଥ୍ୟାର ଆଶ୍ରୟ
ତା ମନେ ବାସ କରେ ଭୟ
ଧରାପଡ଼ିଯିବ କି କେବେ କାଳେ
ଏ ଚିଂତା ମନେ ମନେ ଭାଳେ
ମନ ହୋଇଲେ ସଦା ଘାଂଟି
ବିଶ୍ବାସ ଯାଏ ଶୀଘ୍ର ତୁଟି
ହେଲେ ସତ୍ୟର ସହଚର
ମନରେ ରହେନାହିଁ ଡର
ଆତ୍ମବିଶ୍ୱାସ ଦୃଢ଼ତର
କରିଲେ ହୁଏ ଉପକାର
ସ୍ରଷ୍ଟାଂକ ସାମର୍ଥ୍ୟ ଓ ଶକ୍ତି
ଧାରଣ କରିଛି ପ୍ରକୃତି
ତାହା ସହିତ ସମନ୍ବୟ
ରଖିଲେ ଘଟେ ସର୍ବୋଦୟ
ଆଜୀବନ ଯେ ଧୈର୍ଯଧାରୀ
ସ୍ବୈଚ୍ଛିକ କାମ ପାରେ ସାରି
ଜଳେନି ଫୁଲଝରି ପରି
ଦୀପଟେ ହୁଏ ଇଚ୍ଛା କରି
ଦୃଷ୍ଟିର ଆଢ଼ୁଆଳେ ରହି
ଈର୍ଷା ଓ କୁତ୍ସା ପାରେ ସହି
ହୁଏ ସେ ସଂକଳ୍ପ ଚାଳିତ
ବିକଳ୍ପ ଚିଂତେନି ତା ଚିତ୍ତ
ନ ଚାହିଁ କାହା ଅବନତି
କରିଲେ ନିଜର ଉନ୍ନତି
ମିଳେ ଯାହାକୁ ପରିତୃପ୍ତି
ସିଏ ହିଁ ସର୍ବୋତ୍ତମ ବ୍ୟକ୍ତି
ଗୋଟିଏ ଗୋଷ୍ଠୀ ଦେଇ ଛାଡ଼ି
ଅନ୍ୟ ଗୋଷ୍ଠୀରେ ହେଲେ ଯୋଡ଼ି
ବଦଳିଯାଏନି ବ୍ୟକ୍ତିତ୍ବ
ହୃଦୟଗଂମ ହେଉ ସତ୍ୟ
ଏକାକୀ ହେବାକୁ ନ ଡରି
ଯେ ଚଳେ ନିଜ କାମ କରି
ତାହାର ସୀମିତ ବଳୟ
ତାହାକୁ କରଇ ନିର୍ଭୟ
ବିଜୟ ଅବା ପରାଜୟ
ନ ହେଲେ ଚିଂତାର ବିଷୟ
କାମ କରିଲେ ମିଳେ ତୃପ୍ତି
ତାହା ହିଁ ସର୍ବଶ୍ରେଷ୍ଠ ପ୍ରାପ୍ତି
ମାଟିର ଅପବ୍ୟବହାର
ଯୋଗୁଁ କଂପନ ବାରଂବାର
ହୁଏ ଅତ୍ୟଂତ ଭୟଂକର
ଭୋଗି ଚାଲିଛି ଏ ସଂସାର
ଜଳର ଧାରା ନିୟଂତ୍ରଣ
କରିବା ଯୋଗୁଁ ଅକାରଣ
ଘଟୁଛି ବଢ଼ି ଓ ମରୁଡ଼ି
ବୃକ୍ଷାଦି ପଡ଼ଂତି ଉପୁଡ଼ି
ବାୟୁକୁ କରିଲେ ଦୂଷିତ
ପୃଥିବୀ ହୁଅଇ ମୂର୍ଛିତ
ଅକାଳେ ପ୍ରାଣୀକୁଳ ମୃତ
ହେବା ତ ନୁହଇ ବିହିତ
ଅଗ୍ନି ସର୍ବତ୍ର ବିଦ୍ୟମାନ
ରହିଲେ ପୃଥ୍ବୀରେ ଜୀବନ
ହୁଏ ଯେହେତୁ ଟଳମଳ
ଅଲୋଡ଼ା ନିଆଁ ସହ ଖେଳ
ମହାକାଶରେ ମାଳ ମାଳ
ଯଂତ୍ରାଦି ହୋଇଛଂତି ଠୁଳ
ହୁଏ ସର୍ବଦା ଗଂଡଗୋଳ
କାହାକୁ ମିଳେନି ସୁଫଳ
ମଣିଷ ହୁଏ ଯଦି ଅଜ୍ଞ
ହେବାକୁ ସଦା ସ୍ଥିତପ୍ରଜ୍ଞ
ସଂଭାଳି ପାରେନାହିଁ ନିଷ୍ଠା
ଫଳଦାୟୀ ହୁଏନି ଚେଷ୍ଟା
ସମୟ ସଭିଂକ ସମାନ
ଇଚ୍ଛା କେବଳ ଭିନ୍ନ ଭିନ୍ନ
ଇଚ୍ଛାକୁ ନ କରିଲେ କାର୍ଯ
ଆପଣା ଛାଏଁ ଭାଂଗେ ଧୈର୍ଯ
ପ୍ରକୃତି ସହ କଲେ ଯୁଦ୍ଧ
ପ୍ରଗତି ମାର୍ଗ ଅବରୁଦ୍ଧ
ହେବାର ଅନେକ ପ୍ରମାଣ
ଦେଖାଂତି ନଦୀ, ଗିରି, ବନ
ଏ ସବୁ ଦେଖି ପ୍ରତି ଦିନ
ଯଦି ବଦଳୁନାହିଁ ମନ
ଏବେ ହେଲାଣି ଆତ୍ମଘାତୀ
ବିଶ୍ବରେ ଏ ମଣିଷ ଜାତି
ସଭିଏଁ ହେଲେ ଉଗ୍ରପଂଥୀ
କିପରି ଘଟିବ ଉନ୍ନତି ?
ଏ କଥା କଲେ ଏବେ ଚିଂତା
କେହି ହେବାନି ଆତ୍ମହଂତା
Comments are closed.