ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
‘ କିଏ କ’ଣ ଭାବିବ? ‘ ଚିଂତା
ଯୋଗୁଁ ବଢ଼ିଚାଲେ ସ୍ଥାଣୁତା
ଗ୍ରାସ କରିଲେ ଅସ୍ଥିରତା
ଦୋଳି ଖେଳେ ବ୍ୟକ୍ତିର ସତ୍ତା
ଲେଖକେ ରହଂତି ନିରବ
ମୌନତା ବୋଲାଏ ଗୌରବ
ହସ ଟିକିଏ ଲେସି ମୁଖେ
ଲେଖକେ ଚଳୁଥାଂତି ସୁଖେ
ନାହିଁ ପ୍ରଶ୍ନ କି ପ୍ରତିବାଦ
ନାହିଁ କ୍ଷୋଭ କିଂବା ବିବାଦ
ସୁଅରେ ନିଜକୁ ଭସାଇ
ରହିଥାଂତି ଲେଖକ ହୋଇ
ନିଜର ବାଲ୍ୟକାଳ ସ୍ମୃତି
ରଖିଲେ ମନରେ ସାଇତି
ଚଳିତ ସମୟ ସହିତ
ବ୍ୟକ୍ତି ହୁଏ ସଂପର୍କ-ଚ୍ୟୁତ
ଯାହା ବି ଧରାବଂଧା ଏଠି
ତା ପାଇଁ ଖଟୁଥିଲେ ବେଠି
ପ୍ରତିଭା ପାରେନି ଉକୁଟି
ସବୁ ସଂକଳ୍ପ ନିଏ ଲୁଟି
ନବୋନ୍ମେଷଶାଳିନୀ ପ୍ରଜ୍ଞା
ଲୋଡ଼େନି କାହାଠାରୁ ଆଜ୍ଞା
ସ୍ବତଃ ତା ହୁଏ ପ୍ରକଟିତ
ବ୍ୟକ୍ତିକୁ କରେ ଉପକୃତ
ଅତୀତ ସହ ରହି ଲାଖି
ଯାହା ବି ଯାଆଂତି ଯେ ଲେଖି
ତାହା ହୁଏନି ପ୍ରାସଂଗିକ
ବୁଝିବେ କେବେ ଆମ ଲୋକ ?
ନିଜ ସହିତ ପ୍ରତାରଣା
କଲେ ହୁଏନି ଦୁଃଖମନା
ତେଣୁ ତାହାର ଅବଦାନ
ହୁଅଇ ମିଥ୍ୟା ପରିପୂର୍ଣ
Comments are closed.