ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ନାରୀ ମାତ୍ରେ ଅତୁଳନୀୟା
ଲୋଡ଼େନାହିଁ କାହାରି ଦୟା
ନିଜେ ଜନ୍ମି, ଜନ୍ମାଏ ଜୀବ
ତାକୁ କିଏ ଟପିପାରିବ ?
ମୂଳତଃ ଅଟେ ସେ ଅନନ୍ୟା
ଶୁଦ୍ଧ ପ୍ରୀତିର ଧୀର ବନ୍ୟା
ତା’ର କଷ୍ଟସହିଷ୍ଣୁ ଗୁଣ
ତା ହୃଦେ ରହେ ବିଦ୍ୟମାନ
ହେଲେ ତା’ର ସଂତାନଗଣ
କରଂତି ଯେଉଁ ମୂଲ୍ୟାୟନ
ତାହା ନ ହେଲେ ତ୍ରୁଟିଶୂନ୍ୟ
ଦୁଃସହ ହୁଅଇ ଜୀବନ
ଯିଏ ହୋଇଛି ମାତୃହୀନ
ତାକୁ ପଚାରି ବୁଝି ଜାଣ
ନାରୀ ହିଁ ନରର ଭରସା
ବିଶ୍ବାସ, ସଂପଦ ଓ ଆଶା
ନାରୀ ଗର୍ଭରୁ ନାରୀ ଜନ୍ମ
ନେବାରେ ନାହିଁ କିଛି ଭ୍ରମ
ତେବେ କିପାଇଁ ଏତେ ଚିଂତା
ଭୂମିଷ୍ଠ ହୋଇଲେ ଦୁହିତା ?
ନାରୀ ନ ରହିଲେ ସଂସାର
କ’ଣ ହେବ? କଳ୍ପନା କର
ସୃଷ୍ଟି ଅଚିରେ ହେବ ନଷ୍ଟ
କିପାଇଁ ହେବା ପଥଭ୍ରଷ୍ଟ
ନାରୀଟେ ନାରୀ ହୋଇ ରହୁ
ପୁରୁଷ ଭଳିଆ ନ ହେଉ
ପୁରୁଷ ନୁହଇ ଆଦର୍ଶ
ଏ ଚିଂତା ଦେଉ ନିତ୍ୟ ହର୍ଷ
ନାରୀର ବଚନ ମଧୁର
ନରର ଅଶ୍ରାବ୍ୟ ଚିତ୍କାର
ଏହି ଦୁଇଟି ବ୍ୟତିକ୍ରମ
ଭାଷାରେ ଭରିପାରେ ଭ୍ରମ
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.