ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ
ତେ ଶବ୍ଦ ମୁଁ ପାରେଁ ବୁଝି
ସେ ସବୁ ଲେଖିବାକୁ ରାଜି
ଏଯାଏଁ ହୋଇ ପାରିନାହିଁ
ତହୁଁ ସରଳତମ ନେଇ
ଲେଖାରେ କରେଁ ବ୍ୟବହାର
ଏହା ହିଁ ଅଭ୍ୟାସ ମୋହର
ବୁଝେଁ ‘ କାଷ୍ଠ ‘ ଓ ଲେଖେଁ ‘ କାଠ ‘
ବୁଝେଁ ‘ ଓଷ୍ଠ ‘ ଓ ଲେଖେଁ ‘ ଓଠ ‘
ବୁଝେଁ ‘ ସ୍ବର୍ଣ୍ଣ ‘ ଓ ଲେଖେଁ ‘ ସୁନା ‘
କେହି କରିନାହାଂତି ମନା
ବୁଝେଁ ‘ ବୃକ୍ଷ ‘ ଓ ଲେଖେଁ ‘ ଗଛ ‘
ବୁଝେଁ ‘ ମିଥ୍ୟା ‘ ଓ ଲେଖେଁ ‘ ମିଛ ‘
ବୁଝେଁ ‘ ପୁରୀଷ ‘, କହେଁ ‘ ଗୁହ ‘
ବୁଝେଁ ‘ ନେତ୍ରାମ୍ବୁ ‘ କହେଁ ‘ ଲୁହ ‘
ବୁଝେଁ ‘ ମସ୍ତକ ‘, କହେଁ ‘ ମୁଂଡ ‘
ଏଥି ଯୋଗୁଁ ପାଇନି ଦଂଡ
ସରଳ ଶବ୍ଦ ନେଇ ବାଛି
ଏପରି ବାଗରେ ଲେଖୁଛିଁ
ବିଗିଡ଼ି ଯାଇନାହିଁ କିଛି
ନିଜର ଆଖିରେ ଦେଖୁଛିଁ
ଅନ୍ୟକୁ ନ ଦେଇ ବି ବାଧା
ନିଜେ ହିଁ ନିଜର ସୁବିଧା
କରିବା ନୁହେ ଅପରାଧ
ଏତିକି ହେଲାଣି ହୃଦ୍ବୋଧ
‘ ଯାହା ଚଳିଆସୁଛି ଚଳୁ
ଆମର କିଛି ନ ବଦଳୁ ‘
ଏପରି ମନୋଭାବ ପୋଷି
ଲୋକେ ହୁଅଂତି ଯେଣୁ ଖୁସୀ
ପରିବର୍ତନ ପ୍ରତି ଭୟ
କରୁଛି ଲୋକଂକୁ ଅଥୟ
ବ୍ୟକ୍ତିର ପ୍ରଭାବ ସୀମିତ
ଭାଷା କି ହେବ ଅସ୍ତମିତ ?
Comments are closed.