Latest Odisha News

BREAKING NEWS

ଭାଷା ଭାଗବତ : ପ୍ରାଚୀନ, ନୂତନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୫

 

ଭାଷାରେ ଯାହା ବି ପ୍ରାଚୀନ
ସେ ସବୁ କରିବା ବର୍ଜନ
… ଏ ମତ ନୁହେ ଗ୍ରହଣୀୟ
ସମନ୍ବୟ ହିଁ ସ୍ପୃହଣୀୟ

ଯାହା ବି ଦେଇଛି ପ୍ରାଚୀନ
ତହିଁରେ ନୂଆ ସଂଯୋଜନ
ଅଥବା କିଛି ସଂଶୋଧନ
କରିବା ଭାଷାଭାଷୀଗଣ

ଦ୍ବିମୁଖୀ ଚିଂତା ହିଁ ଘାତକ
ବୁଝଂତୁ କବି ସାହିତ୍ୟିକ
ହେବା ନିମଂତେ ଆଧୁନିକ
ଛାଡ଼ିବାନାହିଁ ସବୁତକ

ଭାଷାତରୁର ସବୁ ଚେର
ଭାଷାକୁ ଯୋଗାଂତି ଆହାର
ସେ ସବୁ ନ କଲେ ଗ୍ରହଣ
ନିଶ୍ଚିତ ଅକାଳ ମରଣ

ଅତୀତ ଅଟେ ସ୍ମରଣୀୟ
ବର୍ତମାନ ତ କରଣୀୟ
ଭବିଷ୍ୟତରେ ବରଣୀୟ
ହେବା ସ୍ବଭାଷୀ ସଂପ୍ରଦାୟ

ଯାହାକୁ ପାରୁନୁ ସଂଭାଳି
ତା ଯଦି ଯାଉଛି ବଦଳି
ତା ପାଇଁ ନ କରିଲେ କଳି
ସର୍ବେ ପାରିବା ସୁଖେ ଚଳି

ଭାଷାର ନମନୀୟ ଗୁଣ
କରଇ ବିକଳ୍ପ ଗ୍ରହଣ
ସମ୍ପୂର୍ଣ୍ଣ ବଦଳି ସଂପୂର୍ଣ
ହେଲେ ହୁଏନି ଭାଷା କ୍ଷୁଣ୍ଣ

ପ୍ରାଚୀନ ସହିତ ନୂତନ
ମିଶି କରିଲେ ଅବସ୍ଥାନ
ଏକ ସମୟେ ତିନି କାଳ
ହୁଅଂତି ଚଳ ଓ ପ୍ରଚଳ

Leave A Reply

Your email address will not be published.