Latest Odisha News

BREAKING NEWS

ବାର୍ଷିକ ରାଶିଫଳ – ୨୦୨୨

ଶ୍ରୀପତି ଆଚାର୍ଯ୍ୟ

 

ମେଷ – ବର୍ଷର ପ୍ରଥମ ମାସରୁ ଆପଣଙ୍କର ଭାଗ୍ୟର ଦ୍ବାର ଖୋଲିଯୋବ । ଧନ ଓ ମାନସମ୍ମାନ ସବୁକିଛି ମିଳିବ । ବ୍ୟବସାୟରେ ଏପ୍ରିଲରୁ ଜୁନ ଏବଂ ଶେଷ ଚାରିମାସ ଆଶାଠାରୁ ଅଧିକ ଶୁଭ । ଚାକିରିଆଙ୍କର ବର୍ଷର ଶେଷ ପାଞ୍ଚ ମାସ ଅଧିକ ଶୁଭ, ନୂତନ ସୁଯୋଗ ପଦୋନ୍ନତି ଆଦି ଷୃଷ୍ଟି ହେବ । ବୈବାହିକ ଜୀବନ ଏବଂ ପ୍ରେମ ସମ୍ପର୍କରେ ତିକ୍ତତା ଏବଂ ଫାଟ ଷୃଷ୍ଟି ହେବ । ଛାତ୍ରଛାତ୍ରୀଙ୍କ ନିମନ୍ତେ ଶୁଭ ବର୍ଷ ପ୍ରମାଣିତ ହେବ । ଚର୍ମରୋଗ, ସଂକ୍ରାମକ ରୋଗ ଏବଂ ପେଟଜନିତ ଅସୁସ୍ଥତା ଭୋଗିବେ ।

ବୃଷ – ଆପଣଙ୍କ ନିମନ୍ତେ ନୂତନ ସୁଯୋଗର ଦ୍ବାର ଖୋଲିବ । ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିବ । ଚାକିରିଆଙ୍କର ଦରମା ଓ ପଦବି ବୃଦ୍ଧି ହେବ । ଖର୍ଚ୍ଚ ଆଶାଠାରୁ ଅଧିକ ବଢିବ । ଭୂମି ନୂତନ ଗୃହ ଏବଂ ଯାନବାହାନ କ୍ରୟ କରିବେ । ବର୍ଷର ଶେଷାର୍ଦ୍ଧ ପାରିବାରିକ ସଂପର୍କ ରେ ତିକ୍ତତା ଦେଖାଦେବ । ଅବିବାହିତ ମାନଙ୍କର ବିବାହ ସମ୍ପନ୍ନ ହେବ । ଛାତ୍ରଛାତ୍ରୀଙ୍କର ଶୁଭ ଏବଂ ସ୍ବାସ୍ଥ୍ୟ ଭଲ ରହିବ ।

 

ମିଥୁନ – ପ୍ରଥମ ଚାରିମାସକୁ ଛାଡି ଶେଷ ଆଠ ମାସ ସରସ ସୁନ୍ଦର ଏବଂ ଉନ୍ନତିକାରକ ରହିବ। ବ୍ୟବସାୟରେ ଲାଭବୃଦ୍ଧିର ବର୍ଷ ରହିବ । ଚାକିରିଆ ମଇରୁ ସେପ୍ଟେମ୍ବର ମଧ୍ୟରେ ପଦୋନ୍ନତି ହେବ । ଛାତ୍ରଛାତ୍ରୀଙ୍କର ଶୁଭବର୍ଷ ରହିବ । ଏପ୍ରିଲ ପର୍ଯ୍ୟନ୍ତ ପାରିବାରିକ ସମ୍ପର୍କରେ ମତଭେଦ ରହିବ । ଦନ୍ତ, ଗଳା, ଚର୍ମ ଓ ହଜମ ଜନିତ ସମସ୍ୟା ଦେଖାଦେବ ।

କର୍କଟ – ଏପ୍ରିଲ ମାସ ପରଠୁ ଆଶାତୀତ ଶୁଭ ବର୍ଷ ରହିବ , ବିବାହ ଆଦି ଶୁଭକର୍ମ ସମ୍ପନ୍ନ ହେବ, ନୂତନ ସୁଯୋଗ ସଫଳତା ପାଇବେ, କର୍ମକ୍ଷେତ୍ରରେ ଉନ୍ନତି ହେବ, ରାଜନିତିରେ ସଫଳତା ଏବଂ ଶିକ୍ଷାଦିକ୍ଷା କ୍ଷେତ୍ରରେ ଶୁଭଫଳ ମିଳିବ । ଜୁନରୁ ଅକ୍ଟୋବର ମଧ୍ୟରେ ସଂକ୍ରାମକ ବ୍ୟାଧି ପୀଡ଼ିତ ହେବେ । ଛାତ୍ରଛାତ୍ରୀଙ୍କ ନିମନ୍ତେ ଶୁଭବର୍ଷ ।

ସିଂହ – ବାଣିଜ୍ୟ ବ୍ୟବସାୟ ଏବଂ ରୋଜଗାର ଦୃଷ୍ଟିରୁ ଶୁଭ । ବର୍ଷର ପ୍ରଥମ ଚାରିମାସ ଆର୍ଥିକ ସଂସ୍ଥା, ପ୍ରକାଶନ, ଚଳଚ୍ଚିତ୍ର ଯାନ୍ତ୍ରିକ ବିଭାଗ, ବିଜ୍ଞାପନ, ଅଳଙ୍କାର ଏବଂ ଔଷଧ ବ୍ୟବସାୟ କ୍ଷେତ୍ରରେ ମାତ୍ରାଧିକ ଲାଭ ମିଳିବ । ଚାକିରିଆଙ୍କର ପଦୋନ୍ନତି ସହତି ବଦଳି ହେବ । ବିବାହାଦି ଶୁଭକର୍ମ ନିମନ୍ତେ ଶୁଭ । ଜୁନ ରୁ ଅକ୍ଟୋବର ସତର୍କତା ସ୍ବାସ୍ଥ୍ୟ ଦୃଷ୍ଟିରୁ ।

କନ୍ୟା – ବର୍ଷଟି ଆପଣଙ୍କ ନିମନ୍ତେ ଅନେକ ସୁଯୋଗ ଭରା ରହିବ । କେହି ବ୍ୟକ୍ତିତ୍ବ ଦେଖାହେବେ ଏବଂ ସେ ଆପଣଙ୍କର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ବଦଳାଇ ଦେବେ । ରାଜନିତିରେ ନୂଆ ଦାୟିତ୍ବ ଏବଂ ପଦପଦବୀ ପାଇବେ । ଛାତ୍ରଛାତ୍ରୀଙ୍କ ନିମନ୍ତେ ଶୁଭବର୍ଷ । ଚାକିରୀରେ ପରିବର୍ତ୍ତନ ଏବଂ ବଦଳି ହେବ । ଅବିବାହିତଙ୍କ ନିମନ୍ତେ ନୂତନ ପ୍ରେମ ସମ୍ପର୍କ ଏବଂ ବିବାହ ହୋଇଯିବ ।

ତୁଳା – ବର୍ଷର ପ୍ରଥମ ୬ମାସ ବ୍ୟବସାୟୀଙ୍କ ନିମନ୍ତେ ଅତି ଶୁଭ । ଚାକିରିଆଙ୍କର ପଦୋନ୍ନତି, ଦାୟିତ୍ବ ବୃଦ୍ଧି ଏବଂ ବଦଳି ଆଦି ଶୁଭ ରହିବ । ଯେଉଁମାନେ ଋଣଗ୍ରସ୍ତ ଅଛନ୍ତି ସେମାନଙ୍କୁ ମୁକ୍ତି ମିଳିବ । ଯେଉଁମାନେ ପ୍ରେମ କରୁଛନ୍ତି ବିବାହର ସୁ-ଅବସର ମିଳିବ । ଶିକ୍ଷାର୍ଥି ନିମନ୍ତେ ସୌଭାଗ୍ୟପୂର୍ଣ୍ଣ ରହିବ । ଧର୍ମ-କର୍ମ ପ୍ରତି ଆଗ୍ରହ ବଢିବ । ରାଜନୀତିରେ ସଫଳ ହେବେ ।

ବିଛା – ଏହିବର୍ଷ ଆପଣଙ୍କ ପାଇଁ ସର୍ବୋକୃଷ୍ଟ ସାବ୍ୟସ୍ତ ହେବ । ମୂଖ୍ୟତଃ ଏପ୍ରିଲ ପରଠୁ ଅଧିକ ଶୁଭ ଫଳ ମିଳିବ । ଆୟ ବୃଦ୍ଧି ସାଙ୍ଗକୁ ବୈଦେଶିକ ବେପାର ବଣିଜର ସୁଯୋଗ ପାଇବେ । ବର୍ଷର ଶେଷାର୍ଦ୍ଧ ଚାକିରିରେ ମନଲାଖି ସଫଳତା ମିଳିବ । କୋଟକଚେରି ମାମଲାରେ ସଫଳ ହେବେ । ଭୂମି ଗୃହ ଗାଡ଼ି କ୍ରୟ କରିବେ । ଛାତ୍ରଛାତ୍ରୀ ସଫଳାର ସହ କୃତକାର୍ଯ୍ୟ ହେବେ । ରାଜନିତିଆଙ୍କ ନିମନ୍ତେ ଶୁଭଙ୍କର ।

ଧନୁ – ଆପଣଙ୍କ ନିମନ୍ତେ ଉନ୍ନତି ଓ ପ୍ରଗତିର ବର୍ଷ ରହିବ । ଜୁନମାସରେ ଚାକିରିରେ ସ୍ଥାୟୀ ହେବ ଏବଂ ପଦୋନ୍ନତି ସହିତ ବଦଳିର ସ୍ଥିତି ରହିବ । ବ୍ୟବସାୟରେ ଉନ୍ନତି ଏବଂ କେହି ବଦାନ୍ୟ ବ୍ୟକ୍ତି ଜୀବନର ଗତିପଥ ବଦଳାଇବାରେ ସହାୟକ ହେବେ । ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ବିବାହ ସୁଖଲାଭ ହେବ । ସଂକ୍ରାମକ ରୋଗରେ ପିଡିତ ହେବେ ।

ମକର – ଆତ୍ମବଳ ବୃଦ୍ଧି ହେବ ଏବଂ ଦୃଢ  ସଂକଳ୍ପ ଓ ନିରନ୍ତର ପ୍ରୟାସ ବଳରେ ବର୍ଷଟି ସଫଳତାପୂର୍ଣ୍ଣ ବର୍ଷ ହେବ । ରାଜନୀତିଆ ପଦ ପଦବୀ ପାଇବେ । ଏପ୍ରିଲରୁ ଅଗଷ୍ଟ ବ୍ୟବସାୟରେ ସଫଳତା, ସେପ୍ଟେମ୍ବରରୁ ଡିସେମ୍ବର ଚାକିରିରେ ନୂତନ ସୁଯୋଗ ପାଇବେ । ପ୍ରଥମ ଚାରିମାସ ବ୍ୟସ୍ତ ବିବ୍ରତ ଏବଂ ମନ ଚିନ୍ତାଗ୍ରସ୍ତ ରହିବ । ବିବାହଯୋଗ୍ୟ ପିଲାଙ୍କର ବିବାହ ହେବ । ଛାତ୍ରଛାତ୍ରୀ ସଫଳତା ପାଇବେ । ଏପ୍ରିଲରୁ ସେପ୍ଟେମ୍ବର ସ୍ବାସ୍ଥ୍ୟ ପ୍ରତି ସଜାଗ ରହିବେ ।

କୁମ୍ଭ – ଏହି ବର୍ଷ ଚାକିରିରେ ପରିବର୍ତ୍ତନ ହେବ ଏବଂ ବଦଳି ସ୍ଥିତି ନିଶ୍ଚୟ ରହିବ । ଏପ୍ରିଲରୁ ଡିସେମ୍ବର ରୋଜଗାର ବଢିବ । ହୋଟେଲ, ତେଜରାତି, ଅର୍ଥ ଦେଣନେଣ ସଂସ୍ଥା, ଗୃହନିର୍ମାଣ ସାମଗ୍ରୀ, ଔଷଧ ବିଭାଗ ଜଡିତ ଯଥେଷ୍ଟ ଲାଭ ପାଇବେ । ଶେଷାର୍ଦ୍ଧରେ ଛାତ୍ରଛାତ୍ରୀ ସଫଳ ହେବେ । ରାଜନୀତିରେ ସଫଳହେବା କଷ୍ଟସାଧ୍ୟ ହେବ । ପେଟସମସ୍ୟା, ରକ୍ତଚାପ, ସଂକ୍ରାମକ ବ୍ୟାଧି ପ୍ରତି ସତର୍କ ରହିବେ ।

ମୀନ – ବର୍ଷର ପ୍ରଥମ ତିନିମାସ ଚାକିରିରେ ଉନ୍ନତି ହେବ ଏବଂ ଦ୍ଵିତୀୟାର୍ଦ୍ଧରେ ଇଛା ନଥିବା ସ୍ଥାନ କିମ୍ବା ପଦ ପଦବୀକୁ ପରିବର୍ତ୍ତନ ହେବ । ବେସରକାରୀ ଚାକିରିଆ ଶେଷ ତିନିମାସ ସତର୍କ ରହିବେ ନଚେତ ଚାକିରିରୁ ବହିଷ୍କୃତ ଦୁର୍ଯୋଗ ଭୋଗିବେ । ବ୍ୟବସାୟ ଜୁନ ରୁ ଡିସେମ୍ବର ମାନ୍ଦାରହିବ ଏବଂ ପରିବର୍ତ୍ତନ ଭଳି ସ୍ଥିତି ଉପୁଜିବ । ମଇରୁ ଜୁଲାଇ ବିବାହ ସୁଯୋଗ ଆସିବ । ମଇରୁ ଡିସେମ୍ବର ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେଲେ ହଇରାଣ ହେବେ । ବର୍ଷର ମଧ୍ୟଭାଗ ସତର୍କ ରହିବେ ।

Leave A Reply

Your email address will not be published.