Latest Odisha News

ଭାଷା ଭାଗବତ : ଅନନ୍ୟ ବ୍ୟକ୍ତିଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ :

ସର୍ବକ୍ଷମ କି ସର୍ବସମ
ଭାଷାଟେ ହୁଏ ଅନୁତ୍ତମ
ଭାଷାରେ ବ୍ୟକ୍ତିର ବ୍ୟକ୍ତିତ୍ବ
ସ୍ବତଃ ହୁଅଇ ପ୍ରକଟିତ

ଭାଷାରେ ସର୍ଜନଶୀଳତା
ଭରି ମଣିଷ କହେ କଥା
ତାର ଅନନ୍ୟ ବ୍ୟକ୍ତିସତ୍ତା
ବଢ଼ାଏ ଭାଷା ଗୁଣବତ୍ତା

ସର୍ବେ ହୋଇଲେ ଏକା ଭଳି
ମିଛିମିଛିକା ଯଂତ୍ରାବଳି
ସାଜି କରିଲେ ଉତ୍ପାଦନ
ଭାଷା ମର୍ଯାଦା ହୁଏ କ୍ଷୁଣ୍ଣ

ତେଣୁ ଯାହା ବି ବ୍ୟକ୍ତିଭାଷା
ତାହା ସଂଚାର କରେ ଆଶା
ତାହାକୁ କରିବା ଭରସା
ସ୍ବଭାଷା ହୋଇବ ସରସା

ଭାଷାକୁ କଲେ ବିଧି-ବଦ୍ଧ
ବିକାଶ ବାଟ ହୁଏ ରୁଦ୍ଧ

 

Comments are closed.