Latest Odisha News

BREAKING NEWS

ମୌଖିକ ଭାବରେ ପ୍ରକାଶ କରି ପାରିନଥିବା ଭାବ ମୋ ହାତରେ କଲମ ଧରାଇ ଦେଲା : ବିଶ୍ଵଜିତ୍ ରାଉତ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ବିଶ୍ଵଜିତ୍ ରାଉତ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।

ଓଡ଼ିଆ ସାହିତ୍ୟର ନବପ୍ରତିଭା ବିଶ୍ଵଜିତ୍ ରାଉତଙ୍କ ସହ ‘ଅଳ୍ପ ଆଳାପ’

 

ମୁଁ କାହିଁକି ଲେଖେ ?

ପ୍ରଥମତଃ ମୁଁ ହେଉଛି ଏକ ମୁକ୍ତ ଆକାଶର ଭଅଁର । ମୋ ମନରେ ଅନେକ ଆଶା, ଭରଷା, ସ୍ବପ୍ନ ଭରି ରହିଛି। ଯାହାକୁ ମୁଁ ମୌଖିକ ଭାବରେ ପ୍ରକାଶ କରି ନପାରି ଲିଖିତ ଆକାରରେ ପ୍ରକାଶ କରିବାକୁ ଲାଗିଲି ଏବଂ ମୋ ହୃଦୟର ବାହ୍ୟନ୍ତରରେ ଥିବା ଆବେଗ ଓ ଉତ୍କଣ୍ଠାମାନକୁ ଅନ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କରିବାକୁ ଲାଗିଲି । ଯେଉଁଥିପାଇଁ ମୁଁ ଲେଖିବା ଆରମ୍ଭ କଲିଥିଲି ।

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ ?

ସାହିତ୍ୟ ସବୁବେଳେ ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସହିତ ରହିଥାଏ। ମୋ ବାପା ଇଂରାଜୀ ବିଭାଗରେ ଅଧ୍ୟାପକ ଥିଲେ। ସେ ଅଧିକାଂଶ ସମୟରେ ଇଂରାଜୀରେ କଥାବାର୍ତ୍ତା କରୁଥିଲେ। କିନ୍ତୁ ମୁଁ ସେତେବେଳେ ଇଂରାଜୀ ଟିକେ ବୁଝିପାରେ ନାହିଁ ଏବଂ କହିବା ପାଇଁ ମଧ୍ୟ ମୋର ସାହସ ନଥିଲା ପରେ ପରେ ଯେତେବେଳେ ମୁଁ ବଡ ହେଲି ମୋର ସାହିତ୍ୟ ପ୍ରତି ଆଗ୍ରହ ପ୍ରକାଶ ବଢିବାକୁ ଲାଗିଲା । ପରବର୍ତ୍ତୀ ସମୟରେ ଯୁକ୍ତଦୁଇ (କଳା) ନେଇ ପଢିବାକୁ ଇଛା କଲି ଭଦ୍ରକ କଲେଜରେ । ସେତେବେଳେ ମୁଁ ବହୁ ସମୟ ସାହିତ୍ୟ ବହି ପଢ଼ା ପଢ଼ି କରୁଥାଏ ଏବଂ ଶେଷରେ ଯେତେବେଳେ ପରୀକ୍ଷା ଫଳ ପ୍ରକାଶ ପାଇଲା ମୋର ସବୁ ବିଷୟଠାରୁ ସାହିତ୍ୟରେ ଅଧିକ ନମ୍ବର ଆସିଥିଲା । ମୁଁ ସେବେଠାରୁ ମନସ୍ଥ କଲି ଓଡ଼ିଆ ବିଷୟ ନେଇ ଯୁକ୍ତତିନି କରିବି। ଭଗବାନଙ୍କ ଆଶୀର୍ବାଦ ଏବେ ଶେଷରେ ମୁଁ ଓଡ଼ିଆ ବିଭାଗରେ ନାମ ଲେଖାଇଲି । ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ଅଧ୍ୟୟନ କରୁଥିବା ସମୟରେ ମୋ ଗୁରୁଜୀ ରଘୁଦୀପ୍ତି ସାର୍ ଙ୍କ କବିତା ‘ଅର୍ଥବ’ ପଢ଼ି ସାରିବା ପରେ ମୋର ଲେଖା ଲେଖି ପ୍ରତି ଆଗ୍ରହ ବଢିଥିଲା ଏବଂ ସେବେଠାରୁ ସାହିତ୍ୟ ପ୍ରତି ଆଗ୍ରହୀ ପ୍ରକାଶ ହେଲି।

ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା ?

ମୋ ଜୀବନର ପ୍ରଥମ ପ୍ରକାଶିତ ଲେଖାଟି ଥିଲା ଅତି ଚମତ୍କାର। ଯାହାର ଶିରୋନାମ ଥିଲା ‘ଉନ୍ମେଷ ଏ ପ୍ରେମ’ । ଏହି କବିତାଟି ମୋର ସାହିତ୍ୟ ରଚନା କ୍ଷେତ୍ରରେ ପ୍ରଥମ କବିତା ଥିଲା ଏବଂ ପ୍ରଥମ ପ୍ରକାଶିତ ଲେଖା ବି ଥିଲା। ଏହାକୁ ଯେତେବେଳେ ମୁଁ ଫେସ୍ ବୁକରେ ପୋଷ୍ଟ କଲି ସେତେବେଳେ ଅନେକ କମେଣ୍ଟ ମୋତେ ଆସିଥିଲା ଭଲ ଲେଖିଛ ଲେଖା ଆଉ ଆହୁରି ପାକଳ ହେଉ । ଯାହା ଫଳରେ ମୋର ଫେସ୍ ବୁକର ବନ୍ଧୁମାନଙ୍କ ପ୍ରେରଣା ସହିତ ମୋତେ ଏହି ଲେଖାଟି ମୌଳିଯାଇଥିଲା ଫୁଲ ଗଛରେ ପାଣି ଦେଇତାଙ୍କୁ ବଞ୍ଚାଇଛି ବୋଲି ମୋତେ ଅନୁଭବ ହୋଇଛି । ଏବଂ ସମସ୍ତଙ୍କ ପ୍ରେରଣା ପାଇ ସାରିବା ପରେ ମୁଁ ଏହି କବିତା ଲେଖିବାକୁ ମନସ୍ଥ ହେଲି ।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ମୁଁ ଅଧିକରୁ ଅଧିକ ଗଳ୍ପ ଲେଖିନଥିଲେ ମଧ୍ୟ ଖିବ୍ କମ୍ ଲେଖି ଅନେକ କିଛି ପ୍ରେରଣା ସାଉଁଟି ପାରିଛି । ଯେଉଁଥିପାଇଁ ଆଜି ମୁଁ ଆହୁରି ଗଳ୍ପ ଲେଖୁଛି। କିନ୍ତୁ ମୋ ଗଳ୍ପମାନଙ୍କରେ ସମାଜ ଚିତ୍ର, ଭୋକ ଅଭାବ, ଆଶା କିପରି ନିରାଶାରେ ବଦଳିଛି , ପ୍ରେମ କେମିତି ପ୍ରତାରଣା ହୋଇଛି, ବିପ୍ଳବର ରଣହୁଙ୍କାର, ସହରକୁ ପରିତ୍ୟଗ କରି ଗାଁ କୁ ଫେରିଚାଲ , ପ୍ରଭୁତି ବାର୍ତ୍ତା ରହିଛି ମୋ ଗଳ୍ପମାନଙ୍କରେ । ମୋର କବିତା ଗୁଡ଼ିକରେ ମଧ୍ୟ ସମାଜର ଆଦର୍ଶ ଚିତ୍ର, ଭୋକ ହା ହା କାର, ପ୍ରେମରେ ବିଫଳ ଆଉ ସଫଳ, ଆଧ୍ୟାତ୍ମିକ ଚେତନା, ଗୁରୁଙ୍କ ପ୍ରତି ଭକ୍ତିଭାବ, ସ୍ବାଧୀନତା ହକ ପାଇଁ ଲଢେଇ, ବାପା ମା” ଙ୍କ ପ୍ରତି ସମ୍ମାନ, ପ୍ରକୃତିର ଚିତ୍ର, ଅନେକ ପ୍ରଭୃତି ମୋ କବିତାଗୁଡିକରେ ବାର୍ତ୍ତା ରହିଛି ମୋ କବିତାରେ।

ତାଙ୍କ ରଚନାରୁ କବିତା : ମୁଠାଏ ଭାତ

ସବୁଆଡ଼େ ହା ହା କାର ଶଦ୍ଦ
ଭୋକରେ ହଜାର ହଜାର ଲୋକଙ୍କ ମୃତ୍ୟୁ
ମୁଠାଏ ଭାତ ପାଇଁ,..!

ଦେହରେ କାହାରିଙ୍କର ମାଂସ ନାହିଁ
ମଣିଷ ଆଜି ହୋଇଛି
କଙ୍କାଳଧାରୀ ପ୍ରେତ ….!!

ପୁଣି ଆଖିରେ କେବଳ ଭାତର ସ୍ବପ୍ନ
କୁଢ଼ କୁଢ଼ ଶବ ଓ ଭୋକରେ ମଣିଷ
ପେଟକୁ ଦୁଇମୁଠା ଦାନା ନାହିଁ,
ପାଣିପିଇ ଭୋକ ମାରୁଥାଏ ଏ ମଣିଷ…..!

ପୁଣି ଖଜଣା ଆଦାୟ ପରେ ଆଦାୟ
ଲୋକେ ଆଜି ହା ହା କାର ଭିତରେ
ଜୀବନ ତାର ଭୋକ ଉପାସରେ …..!!

ତା ଭିତରେ ଗୁଡ଼ାଏ ଭିକାରୀ ପିଲା
ଅଇଁଠା ଭାତକୁ ଖୁଣ୍ଟି ଖାଇବାର ଦୃଶ୍ୟ,
ମୁଣ୍ଡରେ ତାର ଫିରି ଫିରି କେଶ
ଦେହସାରା ମଳି
ମାଟି ସହ ଆଜି ଧୂଳି,…..:!

ଦେହରେ ତା ମାଂସ ନାହିଁ
କଙ୍କାଳହାଡ ଯାହା ଦିଶୁଛି,.
ହାଡ଼ସ୍ପଷ୍ଟ ଜଣା ନ ପଡ଼ିବା ପାଇଁ
ଚର୍ମ ତାଙ୍କୁ ଘୋଡାଇ ରଖିଛି,.
ପୁଣି ଚର୍ମକୁ ଘୋଡାଇ ରଖିଛି
ଚିରା ପୋଷାକ ହଳେ,.
ସେ ଚିରା ପୋଷାକ ଭିତରେ ଦେଖାଯାଉଥାଏ
ଭାତ ପାଇଁ ରଡ଼ି ଛାଡୁଥିବା ପେଟ……!

ଏପଟ ରେ ପୁଣି.!
ଗାଁରେ ହଇଜା ତାଣ୍ଡବଲୀଳା ରଚୁଛି
ଲୋକ ଗୁଡ଼ାକ
ମୁଠେ ଖାଇବାକୁ ନପାଇ
ସବାଲୁଆ ପୋକ ପରି କିଲିବିଲି ହେଇଛନ୍ତି …
ପୁଣି ଅପେରା ରାଇଜରୁ ଅତିଥି ଆସିଛି
ଅନେକ ଙ୍କୁ ଘେନିନେଇ ଯାଇଛି………°!!°

କିନ୍ତୁ

ମଣିଷ ଶୋଇ ଭାବୁଛି
ମୁଠାଏ ଭାତ ର ସ୍ଵପ୍ନ,
ଆଉ ବାଉଳି ହୋଇଛି
ଭାତ ଭାତ ଭାତ……

Leave A Reply

Your email address will not be published.