Latest Odisha News

BREAKING NEWS

ଜିଲ୍ଲା ପରିଷଦ କାର୍ଯ୍ୟାଳୟ ମହିଳା ବାଥରୁମରେ ସ୍ପାଏ କ୍ୟାମେରା ଲଗାଇବା ଘଟଣାରେ ଜଣେ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପରିଷଦ ମହିଳା ବାଥରୁମରେ ସ୍ପାଏ କ୍ୟାମେରା ଲଗାଯିବା ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଅଭିଯୁକ୍ତ ଜଣକ ଆଉ କେହି ନୁହଁ ସେହି ଅଫିସରେ କାମ କରୁଥିବା ଜଣେ କମ୍ପ୍ୟୁଟର ବିଭାଗ କର୍ମଚାରୀ । ତେବେ ଏହି କାମରେ ଆଉ ଜଣେ କର୍ମଚାରୀଙ୍କ ସାମିଲ ଥିବା ନେଇ ସନ୍ଦେହ କରୁଛି ପୋଲିସ ।

ସୂଟନା ମୁତାବକ, ଜଣେ ମହିଳା କର୍ମଚାରୀ ବାଥରୁମ୍ ବ୍ୟବହାର କରିବା ସମୟରେ ସ୍ପାଏ କ୍ୟାମେରା ଖସି ପଡ଼ିଥିଲା । କ୍ୟାମେରା ଦେଖି ମହିଳା ଭୟଭୀତ ହୋଇ ପଡ଼ିଥିଲେ। ଏ ନେଇ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ । ଜିଲ୍ଲା ପରିଷଦ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଜିଲ୍ଲାପାଳ ଘଟଣା ସମ୍ପର୍କରେ ତଦନ୍ତ କରିବା ଲାଗି ଏସପିଙ୍କୁ ଜଣାଇଥିଲେ ।

ଏ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ତଥା ତିର୍ତ୍ତୋଲ ବିଡିଓ ତିର୍ତ୍ତୋଲ ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରିଥିଲା । ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.