ଭୁବନେଶ୍ବର:ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କୁ ୧୦ଦିନର ଅଲଟିମେଟମ୍ ଦେଇଛି । ୧୦ ଦିନରେ ଭଡ଼ା ବୃଦ୍ଧି ନିଷ୍ପତ୍ତି ନ ନେଲେ ବସ୍ ଚଳାଚଳ ବନ୍ଦ ଚେତାବନୀ ଦେଇଛନ୍ତି ବସ୍ ମାଲିକ ସଂଘ ।
ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ କହିଥିଲେ ଯେ, ଆସନ୍ତା ୧୦ ଦିନ ମଧ୍ୟରେ ସରକାର ଭଡ଼ା ବୃଦ୍ଧି ନେଇ ନିଷ୍ପତ୍ତି ନ ନେଲେ ରାଜ୍ୟବ୍ୟାପୀ ବସ୍ ଚଳାଚଳ ବନ୍ଦ କରାଯିବ।
ସଂଘ ପକ୍ଷରୁ କୁହାଯାଇଛି ଯେ, ଡିଜେଲ ମୂଲ୍ୟ ବୃଦ୍ଧି, ଯାନ ରକ୍ଷଣାବେକ୍ଷଣ ଖର୍ଚ୍ଚ ଓ ଅନ୍ୟାନ୍ୟ ବ୍ୟୟ ବଢ଼ିବାରୁ ବର୍ତ୍ତମାନର ଭଡ଼ା ହାରରେ ବସ୍ ଚଳାଇବା କଷ୍ଟସାଧ୍ୟ ହୋଇପଡ଼ିଛି। ଏହିପରି ପରିସ୍ଥିତିରେ ଭଡ଼ା ବୃଦ୍ଧି କରିବା ଦାବି ଦୀର୍ଘଦିନ ଧରି ଉଠାଯାଉଥିଲେ ମଧ୍ୟ ସରକାର ପକ୍ଷରୁ କୌଣସି ସ୍ପଷ୍ଟ ନିଷ୍ପତ୍ତି ନିଆଯାଉନାହିଁ।