ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ ।
ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଦୀପକ କୁମାର ନାୟକଙ୍କ ସହ ‘ସ୍ୱଳ୍ପ ଆଳାପ’
ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?
ଯାହା କହିହୁଏ ନାହିଁ ସାହିତ୍ୟରେ ତାହା ଲେଖି ଦେଇହୁଏ । ମନର ସେହି ଅକୁହା କଥାକୁ କହିବା ପାଇଁ ମୁଁ ସାହିତ୍ୟର ସାହାଯ୍ୟ ନେଲି ।
ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?
ସର୍ବ ପ୍ରଥମେ ‘ଭାଗ୍ୟ’ ଶୀର୍ଷକରେ ମୋର ଗୋଟିଏ କବିତା ପ୍ରକାଶିତ ହୋଇଥିଲା । ନିଜ ଲେଖାର ମୁଦ୍ରିତ ରୂପ ଦେଖି ମୁଁ ବହୁତ ଖୁସି ହୋଇଯାଇଥିଲି । ତାହା ମତେ ଆଗକୁ ଲେଖିବା ପାଇଁ ପ୍ରେରିତ କରିଥିଲା ।
ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?
ଅନ୍ଧ ବିଶ୍ୱାସ ଓ କୁସଂସ୍କାରର ବଶବର୍ତ୍ତୀ ହୋଇ ସମାଜରେ ଯାହା ସବୁ ଘଟୁଛି ସେସବୁର ବିରୋଧାଭାସ ମୋ କବିତାରେ ଥାଏ । ଗାଁ ସଂସ୍କୃତି ପ୍ରଭାବର ମଧ୍ୟ ମୋର ରଚନାରେ ରହିଥାଏ ।
ତାଙ୍କ ରଚନାରୁ କବିତା : ସ୍ମୃତି
ଜୀବନର କେତେ ସ୍ମୃତି
ଛାତିରେ ହୋଇଛି ଆଙ୍କି
ସେ ନଈକୂଳ
ତୋଟାମାଳ
ଯିଏ
ସରାଗେ ମତେ ଆବୋରି ରଖିଛି
ଯାହା ପାଖରେ ବସି
ସବୁ ଦୁଃଖକୁ ମୁଁ ଭୁଲି ଯାଇଛି ।
ଯାହାର ପାଣି
ମୋର ତୃଷାର୍ତ୍ତ ମନକୁ
ଆଦ୍ର କରିଛି
ଜାଣିନି କାହିଁକି ଏମିତି ଲାଗେ
ଏକଲା ପଣ ତା’ କୂଳକୁ ଟାଣିନିଏ
ମତେ ଆଛନ୍ନ କରି ରଖେ।
ସମୟ ତାଡ଼ନାରେ
ଏବେ ସବୁ ଦୁର୍ଲଭ
ଛାତିର କେଉଁ କୋଣରେ
ସଜାଗ ହୋଇ ବାରମ୍ବାର ମତେ
ଉଜ୍ଜୀବିତ କରୁଥାଏ ସ୍ମୃତିକୁ
ସବୁ ଅଭୁଲା ସ୍ମୃତିକୁ ।
Comments are closed.