Latest Odisha News

BREAKING NEWS

ବିଶେଷଣ (୨)

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ

କ୍ରିୟା ବିଶେଷଣ:
ଚଞ୍ଚଳ, ସଅଳ, ମନ୍ଦମନ୍ଦ, ମିଞ୍ଜିମିଞ୍ଜି, ହୁତୁହୁତୁ, ଘୁଘୁ, ଶୋଇଲା, ଚାଲିଲା ।
ଶୋଇଲା ପୁଅର ଭାଗନାହିଁ ।

ବିଶେଷ୍ୟ ବିଶେଷଣ
ଅକ୍ଷର ଆକ୍ଷରିକ
ଜନ୍ମ ଜନ୍ମିତ
ଅଙ୍ଗ ଆଙ୍ଗିକ
ଝଙ୍କାର ଝଙ୍କାରିତ
ଅର୍ଥ ଆର୍ଥିକ
ତେଲ ତେଲିଆ
ଅନୁମାନ ଆନୁମାନିକ
ଦୁଧ ଦୁଧିଆ
ଅନୁଭବ ଅନୁଭବୀ
ଦେହ ଦୈହିକ

ଅଂଶ ଆଂଶିକ
ଦେବ ଦୈବିକ
ଅଧୁନା ଆଧୁନିକ
ଧର୍ମ ଧାର୍ମିକ
ଅଭିଧାନ ଆଭିଧାନିକ
ନିର୍ଦ୍ଦେଶ ନିର୍ଦ୍ଦେଶିତ
ଅଭିଳାଷ ଅଭିଳଷିତ
ପରସ୍ପର ପାରସ୍ପରିକ
ଆକର୍ଷଣ ଆକର୍ଷଣୀୟ
ପରଂପରା ପାରମ୍ପରିକ
ଆଧାର ଆଧାରିତ
ପାପ ପାପୀ
ଇନ୍ଦ୍ରଜାଲ ଐନ୍ଦ୍ରଜାଲିକ
ପାଉଁଶ ପାଉଁଶିଆ
ଈଶ୍ୱର ଈଶ୍ୱରୀୟ
ପୁରାଣ ପୌରାଣିକ
ଉତ୍କଳ ଉତ୍କଳୀୟ,
ଉତ୍କଣ୍ଠା ଉତ୍କଣ୍ଠିତ
ପ୍ରକୃତି ପ୍ରାକୃତିକ
ଉପନିବେଶ ଔପନିବେଶିକ
ପ୍ରବନ୍ଧ ପ୍ରାବନ୍ଧିକ
ଓଜନ ଓଜନିଆ
ପ୍ରସଙ୍ଗ ପ୍ରାସଙ୍ଗିକ
କଳଙ୍କ କଳଙ୍କିତ
ପ୍ରଚାର ପ୍ରଚାରିତ
କଳୁଷ କଳୁଷିତ
ଫଳ ଫଳିତ
କାୟା କାୟିକ
ବଚନ ବାଚନିକ
କୋଳଥ କୋଳଥିଆ
ବାଣିଜ୍ୟ ବାଣିଜ୍ୟିକ
ଗନ୍ଧ ଗନ୍ଧିଆ
ବିବାହ ବୈବାହିକ
ଗ୍ରହଣ ଗ୍ରହଣୀୟ
ବିପ୍ଲବ ବୈପ୍ଳବିକ
ଚରିତ୍ର ଚାରିତ୍ରିକ
ବିଦେଶ ବୈଦେଶିକ
ଜଗତ ଜାଗତିକ
ବିଷୟ ବୈଷୟିକ
ସମୁଦ୍ର ସାମୁଦ୍ରିକ
ବେଦ ବୈଦିକ
ସଙ୍କେତ ସାଙ୍କେତିକ
ମର୍ମ ମାର୍ମିକ
ସମାଜ ସାମାଜିକ
ମାସ ମାସିକ
ସମୟ ସାମୟିକ
ଭାବ ବିଶେଷଣ:
କ୍ରିୟାକୁ ବିଶେଷିତ କରୁଥିବା ବିଶେଷଣ ପଦକୁ ଭାବ ବିଶେଷଣ କୁହାଯାଏ ।
ବାକ୍ୟ ଓ ଅବ୍ୟୟକୁ ବିଶେଷିତ କରୁଥିବା ବିଶେଷଣ ପଦ ମଧ୍ୟ ଭାବ ବିଶେଷଣ
ପର୍ଯ୍ୟାୟଭୁକ୍ତ । ଯେମିତିକି:-

ତୁ ନାଥ ପରମ ଦୟାଳୁ ।
ଠିକ୍ ସାଧୁମହାତ୍ମା ଭଳି ସେ ଲାଗିଲେ ।

Leave A Reply

Your email address will not be published.