Latest Odisha News

BREAKING NEWS

ଆନନ୍ଦପୁର କୁମଡ ଗାଁରେ ଛାତିଥରା ଦୃଶ୍ୟ: କୁକୁରକୁ ଗିଳି ଦେଲା ବିରାଟ ଅଜଗର

ଆନନ୍ଦପୁର: ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ କୁମଡ଼ ଗାଁରେ ଅଭାବନୀୟ ଘଟଣା ଘଟିଛି  । ଭାଲୁହୁଡି ମନ୍ଦିର ନିକଟରେ ଥିବା ଏକ ଜଙ୍ଗଲରେ ଅଜଗର ସାପ ଏକ କୁକୁରକୁ ଗିଳି ଦେଇଥିବା ଦେଖିବାକୁ ମିଳିଛି । ଏନେଇ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଁଚି ଅଜଗରଟିକୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରିଥିଲା । ଶେଷରେ ଏଥିରେ  ସଫଳ ହୋଇଥିଲେ ବନ କର୍ମଚାରୀ। ଅଜଗରଟିକୁ ଉଦ୍ଧାର କରାଯାଇ ଅଟେଇ ଜଙ୍ଗଲର କୋର ଏରିଆରେ ଛଡାଯାଇଥିବା ସୂଚନା ମିଳିଛି  ।

ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ କୁମଡ଼ ଗାଁର ଭାଲୁହୁଡି ମନ୍ଦିର ନିକଟରେ ଥିବା ଏକ ଜଙ୍ଗଲ ରାସ୍ତାରେ କିଛି ଲୋକ ଯାଉଥିବା ସମୟରେ ହଠାତ୍ ଏହି ଅଜଗରଟିକୁ ଦେଖିବାକୁ ପାଇଥିଲେ । ଏଭଳି ବିରାଟକାୟ ଅଜଗରକୁ ଦେଖି ସେମାନେ ଭୟଭୀତ ହୋଇପଡିଥିଲେ  ।  ପରେ ଜାଣିବାକୁ ପାଇଥିଲେ ଯେ ସାପଟି ଏକ କୁକୁରଟିକୁ ଗିଳି ଦେଇଥିବାରୁ କୁଆଡେ ଚଲାବୁଲା କରିପାରୁନି ।  ପରେ ସେମାନେ ଏ ନେଇ ବନ ବିଭାଗକୁ ଖବର ଦେଇଥିଲେ  । ପରେ ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଅଜଗରଟିକୁ ଉଦ୍ଧାର କରି ଜଙ୍ଗଲରେ ଛଡାଯାଇଛି   ।

Leave A Reply

Your email address will not be published.