ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ
ତଦ୍ଭବ ଶବ୍ଦ – ସଂସ୍କୃତ ଶବ୍ଦରୁ ସୃଷ୍ଟ ଶବ୍ଦ, ଯାହା ଆମ ଓଡ଼ିଆ ଭାଷାରେ ବ୍ୟବହାର ହୁଏ, ସେସବୁ ଶବ୍ଦକୁ ତଦ୍ଭବ ଶବ୍ଦ କୁହାଯାଏ । ସମୟର ତାଳେତାଳେ ଅନେକ ସଂସ୍କୃତ ଶବ୍ଦ ପରିବର୍ତ୍ତିତ ହୋଇ ଓଡ଼ିଆରେ ବ୍ୟବହାର ହୋଇଆସୁଛି । ଏହିସବୁ ଶବ୍ଦ କେତେକ ଆଲୋଚକ ମଧ୍ୟ ଅପଭ୍ରଂଶ ନାମରେ ନାମିତ କରିଥା’ନ୍ତି । ତଦ୍ଭବ ଶବ୍ଦାବଳୀରୁ କେତୋଟି ଉଦାହରଣ-
ଅଗି କାଉ
ଅଳତା ଜର
କାଠ ଚାନ୍ଦ
କଇଁଛ କୁଆଁରୀ
କେଉଟ ଆଇଁଷ
କଙ୍କଡ଼ା ଥନ
କଅଁଳ ନଅ
ବାଆ ଦହି
ନଈ ଫେଣ
ଜୋଇଁ ଗୋଠ
ମାଟି ଘିଅ
ଦେଶଜ ଶବ୍ଦ – ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ବହୁଖାଣ୍ଟି ଓଡ଼ିଆ ଶବ୍ଦର ସ୍ଥାନ ରହିଛି । ଏସବୁ ଶବ୍ଦ ଆମର ଏକାନ୍ତ ନିଜସ୍ୱ । ଏହା ଦେଶଜ ଶବ୍ଦ ଭାବେ ଖ୍ୟାତ । ଏସବୁ ଶବ୍ଦ ସଂସ୍କୃତ ପ୍ରଭାବିତ ନୁହେଁ କି ସଂସ୍କୃତ ଜାତ ନୁହେଁ । ଏହା ଆମ ଓଡ଼ିଆ ଶବ୍ଦ । ଯେମିତିକି-
ଅଗାଡ଼ି ଛପର ପାଇଟି
ଅଝଟ ଛାଟ ଅରୁଆ
ଅଡ଼ା ଆ ହେଁସ
ଅଳିଆ ଛାଡ଼ଖାଇ ନେତ
କୁଟା ଜନ୍ଦା ଦାଉ
କାଲ ଜାଉ ପଡ଼ା
ଖଡ଼ୁ ଝମେଲା ଠିକା
ଖଙ୍କାର ଢମ ଥକା
ଖୋଇ ଠଣା ଦରୋଟି
ଗାଲୁଆ ଠାକରା ଅଖାଡ଼ୁଆ
ଗିନା ଠୁଙ୍ଗା
ଗାଡ଼ିଆ ଠୋଲା
ଗୋଟମା ଟୋକେଇ
ଚାଳ ଟୋପର
ଚାଉଳ ଥନ୍ତଲ
ଚୁଆ ଡଉଲଡାଉଲ
ଚିମୁଟା ଧଡ଼ି
ଚେର ଥୋଡ଼ି
ଛଟକ ଭାଡ଼ି
Comments are closed.