Latest Odisha News

BREAKING NEWS

ସମାର୍ଥବୋଧକ ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ

ଅଗ୍ନି- ଅନଳ, ନିଆଁ, ଦହନ, ବହ୍ନି, ହୁତାଶନ ।
ଅମୃତ- ସୁଧା, ପୀୟୁଷ, ଅମିୟ ।
ଅସୁର- ଦୈତ୍ୟ, ଦାନବ, ରାକ୍ଷସ ।
ଆକାଶ- ଅମ୍ବର, ଗଗନ, ନଭ, ବ୍ୟୋମ, ଅନ୍ତରୀକ୍ଷ ।
ଆଖି- ନୟନ, ଲୋଚନ, ନେତ୍ର, ଚକ୍ଷୁ, ଦୃଷ୍ଟି ।
ଆନନ୍ଦ- ଆମୋଦ, ଆହ୍ଲାଦ, ଉଲ୍ଲାସ ।
ଇଚ୍ଛା- ଆକାଂକ୍ଷା, ଅଭିଳାଷ, ଆଗ୍ରହ, କାମନା, ବାସନା ।
ଦେବତା- ବିବୁଧ, ସୁର, ଅମର୍ତ୍ତ୍ୟ ।
ଗଣେଶ- ଗଜାନନ, ଲମ୍ବୋଦର, ବିଘ୍ନରାଜ, ବିନାୟକ, ଗଣପତି,ଏକଦନ୍ତ ।
ଚନ୍ଦ୍ର- ଜହ୍ନ, ଇନ୍ଦୁ, ହିମାଂଶୁ, ଶଶଧର, ସୁଧାଂଶୁ, ଶୁଭ୍ରାଂଶୁ ।
ସରସ୍ୱତୀ- ବୀଣାପାଣି, ଭାରତୀ, ବ୍ରାହ୍ମୀ, ବାଗ୍ ଦେବୀ ।
ପଦ୍ମ- କମଳ, ପଙ୍କଜ, ଅରବିନ୍ଦ, ନଳିନୀ, ସରୋଜ ।
ସୂର୍ଯ୍ୟ- ଆଦିତ୍ୟ, ଭାସ୍କର, ଦିବାକର, ମିହିର, ତପନ, ରବି ।
ରାତି- ନିଶା, ରଜନୀ, ଯାମିନୀ, ଶର୍ବରୀ, ବିଭାବରୀ ।
ପାଣି- ଜଳ,ନୀର, ବାରି, ଅମ୍ବୁ, ପୟ, ଜୀବନ ।
ପୃଥିବୀ- ଧରଣୀ, ଧରିତ୍ରୀ, ଧରା, ବସୁଧା, ବସୁନ୍ଧରା, ମେଦିନୀ ।
ଘର- ସଦନ, ନିକେତନ, ଭବନ, ନିଳୟ, ଗୃହ ।
ଧଳା- ଧବଳ, ଶୁଭ୍ର, ଶ୍ୱେତ, ଶୁକ୍ଲ ।
ଝିଅ- କନ୍ୟା, ଦୁହିତା, ତନୟା ।
ଚଢ଼େଇ- ପକ୍ଷୀ, ଖଗ, ବିହଙ୍ଗ, ବିହଗ ।
ମେଘ- ବାଦଲ, କାଦମ୍ବିନୀ, ବାରିଦ, ଜଳଦ, ଜୀମୂତ, ଘନ, ଜଳଧର ।
ବିଦ୍ୟୁତ୍‌- ଚପଳା, ବିଜୁଳି, କ୍ଷଣପ୍ରଭା, ସୌଦାମିନୀ ।
ସ୍ତ୍ରୀ- ଜାୟା, ପତ୍ନୀ, ଘରଣୀ, ଗୃହିଣୀ, ଅର୍ଦ୍ଧାଙ୍ଗିନୀ ।

ସମୁଦ୍ର- ସାଗର, ସିନ୍ଧୁ, ମହୋଦଧି, ପାରାବାର ।
ପୋଖରୀ- ସର, ସରସୀ, ପୁଷ୍କରିଣୀ ।
ଗଛ- ପାଦପ, ଦ୍ରୁମ, ବୃକ୍ଷ,ମହୀରୁହ, ତରୁ ।
ସୁନ୍ଦର- ଶୋଭନ, ମଞ୍ଜୁଳ, ମନୋହର, ସୁଷମ, ଚାରୁ ।
ନାରୀ- ଅବଳା, ବାମା, ବନିତା, ମହିଳା, ସ୍ତ୍ରୀ ।
ନଦୀ- ତଟିନୀ, ତରଙ୍ଗିଣୀ, ସ୍ରୋତସ୍ୱିନୀ, ନିମ୍ନଗା, ସରିତ୍ ।
ପବନ- ବାୟୁ, ଅନଳ, ସମୀର, ସମୀରଣ, ବାତ ।
କିରଣ- ଅଂଶୁ, ମୟୂଖ, କର, ରଶ୍ମି, ପ୍ରଭା ।
ଆଖି- ଚକ୍ଷୁ, ଲୋଚନ, ନୟନ, ନେତ୍ର, ଅକ୍ଷି ।
ଅଗ୍ନି – ହୁତାଶନ, ଚିତ୍ରଭାନୁ, ଅନଳ, ପାବକ, ବହ୍ନି ।
ଇଚ୍ଛା- ବାଞ୍ଛା, ସ୍ପୃହା, ଅଭିଳାଷ, ଆକାଙ୍‌କ୍ଷା, ବାସନା ।
ପଦ୍ମ- କମଳ, ପଙ୍କଜ, ଉତ୍ପଳ, ନଳିନୀ, ସରୋଜ ।
ହାତୀ- ଗଜ, ହସ୍ତୀ, କରୀ, କୁଞ୍ଜର, ମାତଙ୍ଗା ।
ଲକ୍ଷ୍ମୀ- କମଳା, ପଦ୍ମା, ପଦ୍ମାଳୟା, ରମା, ଇନ୍ଦିରା ।

( ଏହିପରି ଅନେକ ଶବ୍ଦ ଆମେ ଗୋଟିଏ ଅର୍ଥରେ ବ୍ୟବହାର କରିଥାଉ । ଏହାକୁ ପ୍ରତିଶବ୍ଦ ବା ପର୍ଯ୍ୟାୟବାଚକ ଶବ୍ଦ ମଧ୍ୟ କୁହାଯାଇଥାଏ । )

Leave A Reply

Your email address will not be published.