Latest Odisha News

BREAKING NEWS

 ଅତାବିରା ଏନଏସି ନିର୍ବାଚନ: ୧୨ ୱାର୍ଡରୁ ୧୧ରେ ବିଜେଡିର ବାଜିମାତ

ଅତାବିରା: ଅତାବିରା ଏନଏସି ନିର୍ବାଚନରେ ବିଜେଡିର ବାଜିମାତ  । ୧୨ଟି ଆସନରୁ ୧୧ଟି ଆସନ ହାତେଇଛି ବିଜେଡି । ତେବେ ଗୋଟିଏ ଆସନ କଂଗ୍ରେସ ହାତକୁ ଯାଇଛି । ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିର ବନମାଳୀ ବରିହା ବିଜୟୀ ହୋଇଛନ୍ତି ।

ଅତାବିରା ୱାର୍ଡ ନମ୍ବର ୧ ରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଦୀପକ ରାୟ ୧୮  ଭୋଟରେ ବିଜୟୀ ହୋଇଛନ୍ତି  । ୱାର୍ଡ ନମ୍ବର ୨ରେ ବିଜେଡି ସମର୍ଥିତ ପ୍ରାର୍ଥୀ ଶିବାନନ୍ଦ ତ୍ରିପାଠୀ,   ୱାର୍ଡ ନମ୍ବର ୩ ରେ ବିଜେଡି ସମର୍ଥିତ ପ୍ରାର୍ଥୀ ନେପାଳ ପ୍ରଧାନ, ୱାର୍ଡ ନମ୍ବର ୪ରେ ବିଜେଡି ସମର୍ଥିତ ପ୍ରାର୍ଥୀ ସବିତା ମଲ୍ଲିକ, ୱାର୍ଡ ନମ୍ବର ୫ ରେ ବିଜେଡି ସମର୍ଥିତ ପ୍ରାର୍ଥୀ ରାଜୀବ କହରା,ୱାର୍ଡ ନମ୍ବର ୬ରେ ବିଜେଡି ସମର୍ଥିତ ପ୍ରାର୍ଥୀ ପ୍ରମିଳା ପ୍ରଧାନ ବିଜୟୀ ହୋଇଛନ୍ତି ।

ସେହିପରି  ୱାର୍ଡ ନମ୍ବର ୭ରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଲୋସ ଜନପୁରୀ,  ୱାର୍ଡ ନମ୍ବର 8ରେ ବିଜେଡି ସମର୍ଥିତ ପ୍ରାର୍ଥୀ ରେଣୁକା ପ୍ରଧାନ,  ୱାର୍ଡ ନମ୍ବର ୯ରେ ବିଜେଡି ସମର୍ଥିତ ପ୍ରାର୍ଥୀ ନାରାୟଣ ସାହୁ,  ୱାର୍ଡ ନମ୍ବର ୧୦ ରେ ବିଜେଡି ସମର୍ଥିତ ପ୍ରାର୍ଥୀ ସୁରେଖା ବାଗ,  ୱାର୍ଡ ନମ୍ବର ୧୧ ରେ ବିଜେଡି ସମର୍ଥିତ ପ୍ରାର୍ଥୀ ଅନୁଶୟା ବିଶ୍ଵାଳ,   ୱାର୍ଡ ନମ୍ବର ୧୨ରେ ବିଜେଡି ସମର୍ଥିତ ପ୍ରାର୍ଥୀ ଯମୁନା ଭୁଏ ବିଜୟୀ ହୋଇଛନ୍ତି  ।

ଅଧ୍ୟକ୍ଷ ପଦ ପାଇଁ ବିଜେଡି ଦଳର ଅଧ୍ୟକ୍ଷ ପ୍ରାର୍ଥୀ ବନମାଳୀ ବରିହା ୪୮୨୮  ଅଧିକ ଭୋଟରେ ବିଜୟୀ ହୋଇଛନ୍ତି  ।  ବନମାଳୀ ବରିହା  ୬୫୬୫ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦିତା କଂଗ୍ରେସ ଦଳର ଅଧ୍ୟକ୍ଷ ପ୍ରାର୍ଥିନୀ ସବିତା ଭୁଏ ସମୁଦାୟ ୧୭୩୭ ଭୋଟ ପାଇଛନ୍ତି । ସେହିପରି ବିଜେପିର ଅଧ୍ୟକ୍ଷ ପ୍ରାର୍ଥିନୀ ଲକ୍ଷ୍ମୀ ବେହେରା ମାତ୍ର ୧୫୭୨ ଭୋଟ ପାଇଛନ୍ତି  ।

ନିର୍ବାଚନ ଫଳାଫଳ ଘୋଷଣା ପରେ ଅତାବିରାରେ ବିଜେଡି ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି  । ଏଠି କହିରଖିବୁ,  ବିଜେଡି ପାଇଁ ପ୍ରଚାର ଅଭିଯାନ ସମ୍ଭାଳିଥିଲେ ବିଧାୟିକା ସ୍ନେହା˚ଗିନୀ ଛୁରିଆ। ବିଧାୟକ ସୁଶାନ୍ତ ସିଂ, ଦେବେଶ ଆଚାର୍ଯ୍ୟ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରୀତା ସାହୁ, ବରିଷ୍ଠ ନେତା ମହେନ୍ଦ୍ର ବଢ଼େଇ, ସାଧୁ ନେପାକ ପ୍ରମୁଖଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.