Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ତିନିହେଁ ଏକାଠି ବସି ଖାଇବା ଭିତରେ ବିଶ୍ୱାସର ଏକାଧିକ ଚପଳ, ଅବୋଧ ପ୍ରଶ୍ନର ଉର ହସହସ ଚେହେରା ନେଇ ସରୋଜ ଦେଉଥିଲେ । ସରୋଜଙ୍କ  ବିଶ୍ୱାସକୁ ଅଧିକ ଉତ୍ସାହୀ କରୁଥିଲା । କିନ୍ତୁ ପଦ୍ମିନୀ ଏ ପରିବେଶଠାରୁ କୋଶ କୋଶ ଦୂରରେ ନିଜ ଜୀବନର ଦାରୁଣ ଅତୀତ ପୃଷ୍ଠା ମନେମନେ ଓଲଟାଇ ଚାଲିଥିଲା । ଖାଇବା ପ୍ରକ୍ରିୟା କେବଳ ଯାନ୍ତ୍ରିକ ଥିଲା ।
ଅଚାନକ ଭାବନା ତୁଟିଲା ପଦ୍ମିନୀର ।

କେହି ଜଣେ ଦରଜାରେ ଆଘାତ ଦେଉଛି । ପଦ୍ମିନୀକୁ ଇସାରାରେ ବାରଣ କରି ସରୋଜ ଉଠିଗଲେ ଦ୍ୱାର ପର୍ଯ୍ୟନ୍ତ ।

ଜଣେ ଅନବଦ୍ୟାଙ୍ଗୀ ନମ୍ରତାର ସହ ଦୁଇ ହାତକୁ ଏକତ୍ର କରି ପଚାରୁଛି- ପଦ୍ମିନୀ ଅଛି ?

ଭିତରକୁ ଆସିବାକୁ ଅନୁରୋଧ କରି ସରୋଜ ପଦ୍ମିନୀକୁ ଜଣାଇବା ଉଦ୍ଦେଶ୍ୟରେ ତା ପାଖରେ ପହଞ୍ଚି ଦେଖିଲେ, ସେ ତାଙ୍କୁ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଛି । କହିଲେ- କେହି ଜଣେ ଭଦ୍ରମହିଳା ତୁମ ପ୍ରତୀକ୍ଷାରେ ଅଛନ୍ତି ।

ପଦ୍ମିନୀ ତରତର ହୋଇ ଡ୍ରଇଁରୁମ୍‌କୁ ଯାଇ ଦେଖେତ ମୀନାକ୍ଷି ଟେବୁଲ ଉପରିସ୍ଥ ସବୁ ବହି ଘାିବାରେ ବ୍ୟସ୍ତ ଅଛି । ମନେ ମନେ ହସିଲା ପଦ୍ମିନୀ-ଏତେ ବୟସ ହେଲା ପରେ ବି ଛାତ୍ରୀ ଜୀବନର ଏ ଅଭ୍ୟାସ ଛାଡ଼ି ପାରିନି । ସେମିତି ଚଞ୍ଚଳ, ଇତସ୍ତତଃ ଭାବ ତା’ର ବ୍ୟବହାରରେ ଫୁଟି ଉଠୁଛି ।

ପଦ୍ମିନୀକୁ ପାଖରେ ଦେଖି ପତ୍ରିକା ଖଣ୍ଡିଏକୁ ଓଲଟାଉ ଓଲଟାଉ ସେ ପ୍ରଶ୍ନ କଲା- ଭଦ୍ରବ୍ୟକ୍ତି ଜଣକ କିଏ ? ତୋ’ର ବ୍ୟକ୍ତିଗତ ମିଷ୍ଟର ତ…?

ହୁଁଃ…ହସିଲା ପଦ୍ମିନୀ, ନିରସ ହସ । ପିଲାବେଳ ହେଉକି ବୁଢ଼ୀ ବେଳ ହେଉ, ତୋ’ର ସବୁବେଳେ ଏଇକଥା… ଆଉ କିଛି ପଚାରିବାକୁ ନଥାଏ କି…।

 

କ୍ରମଶଃ

Leave A Reply

Your email address will not be published.